୨୭ ଅଗଷ୍ଟ, ରବିବାର: କେମିତି କଟିବ ଆଜିର ଦିନ

ମେଷ: ଯେକୌଣସି କ୍ଷେତ୍ରରେ ଭଲ କାମ କରି ପ୍ରଶଂସା ପାଇବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ପୂରା ହେବ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ବୃଷ: ସହଜରେ ଧନପ୍ରାପ୍ତି ହେବ ନାହିଁ। କଠିନ ପରିଶ୍ରମ କରିବା ସତ୍ତ୍ୱେ ଦୁର୍ଭାଗ୍ୟ ମାଡ଼ି ଆସିପାରେ। ଦୂରସ୍ଥାନକୁ ଯାତ୍ରାର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଯୋଜନା ଅନୁସାରେ […]

Rakesh Mallick
  • Published: Sunday, 27 August 2017
  • Updated: 13 September 2017, 11:39 AM IST

Sports

Latest News

ମେଷ: ଯେକୌଣସି କ୍ଷେତ୍ରରେ ଭଲ କାମ କରି ପ୍ରଶଂସା ପାଇବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ପୂରା ହେବ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ସହଜରେ ଧନପ୍ରାପ୍ତି ହେବ ନାହିଁ। କଠିନ ପରିଶ୍ରମ କରିବା ସତ୍ତ୍ୱେ ଦୁର୍ଭାଗ୍ୟ ମାଡ଼ି ଆସିପାରେ। ଦୂରସ୍ଥାନକୁ ଯାତ୍ରାର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ସଂପନ୍ନ ହେବ।

ମିଥୁନ: ନୂତନ ବନ୍ଧୁ କରି ପାରନ୍ତି। ଭଲ ଖବର ମିଳିପାରେ। ଉପହାର ପାଇପାରନ୍ତି। ସହକର୍ମୀଙ୍କ ସହ ଝଗଡ଼ାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ କାମ ଆରମ୍ଭ କରିବାକୁ ଯୋଜନା କରି ପାରନ୍ତି।

କର୍କଟ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଟକି ରହିଥିବା ଧନ ମିଳିବ। ପରିବାର ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଦିନଟି ଭଲରେ କଟି ନପାରେ। ମନ ଅସ୍ଥିର ଓ ଅଶାନ୍ତି ରହିବ।

ସିଂହ: ଚାକିରିରେ ଅସୁବିଧା ସୃଷ୍ଟି ହୋଇପାରେ। ଦୁର୍ଘଟଣା ଯୋଗ ରହିଛି। ତେଣୁ ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସମସ୍ତଙ୍କ ସହିତ ଭାବିଚିନ୍ତି କଥା ହୁଅନ୍ତୁ। ନହେଲେ ପରେ ପଶ୍ଚାତାପ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ହୋଇପାରେ, ତେଣୁ ସାବଧାନ ରୁହନ୍ତୁ।

କନ୍ୟା: ନୂଆ ଚାକିରି ମିଳିବାର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ଅଟକି ରହିଥିବା ଧନ ପ୍ରାପ୍ତି ହେବ। ସଫଳତା ମଳିବାର ସଙ୍କେତ ରହିଛି। ମିଠା କଥାରେ ସମସ୍ତଙ୍କ ମନ ଜିତି ପାରନ୍ତି। ପରିବାରରେ ଖୁସିର ବାତାବରଣ ବଜାୟ ରହିବ।

ତୁଳା: ଚାକିରିରେ ସମସ୍ୟା ସୃଷ୍ଟି ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଉଚ୍ଚ ଅଧିକାରୀ କିମ୍ୱା ଓ ବନ୍ଧୁଙ୍କ ସହ ମୂଲ୍ୟହୀନ କଥାରେ ତର୍କ କରି ପାରନ୍ତି। ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସୃଜନାତ୍ମକ କାମରେ ମନ ଦେବେ।

ବିଛା: ପରିବାରରେ ଶାନ୍ତି ବଜାୟ ରହିବ। ଘରକୁ ଅତିଥି ଆସି ପାରନ୍ତି। ନୂତନ କାମର ସନ୍ଧାନ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଲାଭବାନ ହେବେ। ଆର୍ଥିକ ସଙ୍କଟ ଦୂର ହେବ।

ଧନୁ: ଆଜି ଗ୍ରହନକ୍ଷତ୍ର ଆପଣଙ୍କ ସହିତ ଅଛନ୍ତି। ଯେଉଁମାନେ ଶିକ୍ଷା କ୍ଷେତ୍ରରେ କାମ କରୁଛନ୍ତି ସେମାନେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ ଆଜି ଦିନଟି ଭଲ ଅଛି। ଅଚାନକ ଧନପାପ୍ତି ହୋଇପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଋଣ କରନ୍ତୁ ନାହିଁ। ଆଜି ଦିନଟି ଆପଣଙ୍କ ପରିବାର ପାଇଁ ବେଶ୍‌ ଭଲ ରହିବ। ପରିବାର ସହିତ ସମୟ ଅତିବାହିତ କରିବେ। ବୁଲିବାକୁ କିମ୍ୱା ସିନେମା ଦେଖିବାକୁ ଯାଇପାରନ୍ତି। ନିଆଁ ଓ ପାଣି ପ୍ରତି ସତର୍କ ରୁହନ୍ତୁ। ଯାନବାହନରେ ଯିବାଆସିବା କଲା ବେଳେ ସାବଧାନ ରୁହନ୍ତୁ।

କୁମ୍ଭ: ଆଜି ଭାଗ୍ୟ ଆପଣଙ୍କୁ ସଫଳତା ଦେବ। ସବୁ କାମ ଆପଣଙ୍କ ଇଚ୍ଛା ଅନୁସାରେ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ତେବେ ଏଥିପାଇଁ ଆପଣଙ୍କ କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଏତେଟା ଭଲ ରହିବ ନାହିଁ। କିନ୍ତୁ ମାନସିକ ସ୍ତରରେ ଶାନ୍ତି ପାଇ ପାରିବେ।

ମୀନ: ଶିକ୍ଷା କ୍ଷେତ୍ରରେ ଥିବା ଲୋକେ ଲାଭାନ୍ୱିତ ହେବେ। ସକାରାତ୍ମକ ରହିବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଚାକିରିରେ ସଫଳତା ମିଳିବ। ଜୀବନସାଥୀଙ୍କର ସମସ୍ତ ଜରୁରୀ ଆବଶ୍ୟକତା ମେଣ୍ଟାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos