୯ସେପ୍ଟେମ୍ବର, ଶନିବାର: କେମିତି କଟିବ ଆଜିର ଦିନ

Zodiac

ମେଷ: ବୈବାହିକ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସମ୍ପତ୍ତି କିଣିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜିର ଦିନରେ ଅର୍ଥ ନିବେଶ କରନ୍ତୁ ନାହିଁ। ଲାଭ କମ୍‌ ହୋଇପାରେ।

ବୃଷ:  ଅସୁସ୍ଥ ଅନୁଭବ କରିପାରନ୍ତି। ବିବାଦ ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ମିଥୁନ: ପରିବାରର ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ହେବ ଏବଂ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନସିକ ଅଶାନ୍ତିରେ ରହିପାରନ୍ତି। ପେଟ ସମ୍ବନ୍ଧୀୟ ରୋଗରେ ପଡ଼ିପାରନ୍ତି।

ସିଂହ:  ଆଜି ଦିନରେ ମଧ୍ୟମ ଫଳ ମିଳିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିଜର କଥା ନିୟନ୍ତ୍ରଣ ରଖନ୍ତୁ। ମାନସମ୍ମାନ ମିଳିବ। ଘରୁ ବାହାରକୁ ଗଲା ବେଳେ ଦହି ଖାଇ ଯାଆନ୍ତୁ। ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ପୂର୍ବରୁ ଥିବା ଚିନ୍ତା ଦୂର ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ ଅତିବାହିତ କରିବେ। ମନ ଶାନ୍ତ ରହିବ।

ବିଛା: ଯାନବାହନରେ ବାହାରକୁ ଗଲା ବେଳେ ସାବଧାନ ସହକାରେ ଯାଆନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ମନୋବଳ ବଢ଼ିବ।

ଧନୁ: ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ମାନସମ୍ମାନ ମିଳିବ। ଅଟକି ରହିଥିବା ଅର୍ଥ ଆଜି ମିଳିପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ପଡ଼ୋଶୀଙ୍କ ସହ କୌଣସି କଥା ନେଇ ଝଗଡା ହୋଇପାରେ। ଜୀବନସାଥୀଙ୍କ ସହ ବାହାରକୁ ଯାତ୍ରା କରିପାରନ୍ତି। ବନ୍ଧୁମାନଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳିକୁ ବୁଲି ଯିବାକୁ ଯୋଜନା ବନାଇ ପାରନ୍ତି। ଭାଇ-ଭଉଣୀଙ୍କ ସହ ଖୁସିରେ ଆଜି ଦିନଟି ଅତିବାହିତ କରିବେ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଶାନ୍ତି ବଢ଼ିବ। ସନ୍ଧ୍ୟାରେ ଶୁଭ ସମାଚାର ମିଳିପାରେ।

ମୀନ:  ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।  କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ସମସ୍ୟା ଦେଖାଦେଇପାରେ।

Previous ArticleNext Article

Send this to a friend