ଅଗଷ୍ଟ ୧୬, ବୁଧବାର: କେମିତି କଟିବ ଆଜିର ଦିନ

ମେଷ: ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରେ ପଶନ୍ତୁ ନାହିଁ। ସନ୍ତାନସନ୍ତତିଙ୍କ ଆଡ଼ୁ ଖୁସି ଖବର ମିଳିପାରେ। କୌଣସି ଅଜଣା ଡର ଆଜି ଆପଣଙ୍କୁ କବଳିତ କରି ରଖିବ। ତେବେ ବିନା କୌଣସି କାରଣରେ ଆପଣ ଡରନ୍ତୁ ନାହିଁ। କିଛି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଆଜି ଦିନଟି ଭଲ ଅଛି। ବୃଷ: ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ମିଥୁନ: […]

zodaic

zodaic

Rakesh Mallick
  • Published: Wednesday, 16 August 2017
  • Updated: 13 September 2017, 11:40 AM IST

Sports

Latest News

ମେଷ: ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରେ ପଶନ୍ତୁ ନାହିଁ। ସନ୍ତାନସନ୍ତତିଙ୍କ ଆଡ଼ୁ ଖୁସି ଖବର ମିଳିପାରେ। କୌଣସି ଅଜଣା ଡର ଆଜି ଆପଣଙ୍କୁ କବଳିତ କରି ରଖିବ। ତେବେ ବିନା କୌଣସି କାରଣରେ ଆପଣ ଡରନ୍ତୁ ନାହିଁ। କିଛି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଆଜି ଦିନଟି ଭଲ ଅଛି।

ବୃଷ: ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସଂପର୍କରେ ସଫଳତା ମିଳିବ। ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିରୋଧୀଙ୍କ ପ୍ରତି ସତର୍କ ରୁହନ୍ତୁ। ସେମାନେ ଆପଣଙ୍କ ନାଁରେ ମିଛ ଅଭିଯୋଗ ଆଣିପାରନ୍ତି।

କର୍କଟ: ମାନସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନଲାଭ ହେବ। ମାନସିକ ସ୍ତରରେ ଦୃଢ଼ ରହିବେ। ଆତ୍ମବିଶ୍ୱାସ ବଢ଼ିବ। ଅଫିସ୍ ଅବା କର୍ମକ୍ଷେତ୍ରରେ ନିଜର କାର୍ଯ୍ୟକୁ ନେଇ ଖୁସି ହେବେ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ବ୍ଳଡ୍‌ପ୍ରେସର ଓ ମଧୁମେହ ରୋଗୀ ନିଜ ଶରୀରର ଯତ୍ନ ନିଅନ୍ତୁ।

ସିଂହ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ। କିଛି ଦାମୀ ଜିନିଷ କିଣି ପାରନ୍ତି।

କନ୍ୟା: କ୍ରୋଧ ପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଖର୍ଚ୍ଚାନ୍ତ ହୋଇପାରନ୍ତି। ତେଣୁ ଜଗିରଖି ଅର୍ଥ ବ୍ୟୟ କରନ୍ତୁ।

ତୁଳା: ନିଜ କାମକୁ ନେଇ ବ୍ୟସ୍ତ ଓ ଚିନ୍ତିତ ରହିବେ। ଅନେକ ଗୁଡ଼ିଏ ଅଲଗା କଥା ଭାବିବେ। ତେଣୁ କାମ ମଧ୍ୟ ପ୍ରଭାବିତ ହେବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହ କଥା କଟାକଟି ହୋଇପାରେ। ଆଜି ଆପଣ ନିଜକୁ କ୍ଷତି ପହଞ୍ଚାଇ ପାରନ୍ତି। ତେଣୁ ସାବଧାନତାର ସହ ସବୁ କାର୍ଯ୍ୟ କରନ୍ତୁ ଓ ସତର୍କ ରୁହନ୍ତୁ।

ବିଛା: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଗାଡ଼ି ଚଳାଇବା ବେଳେ ସାବଧାନ ରୁହନ୍ତୁ। ଅଟକି ଯାଇଥିବା ଅର୍ଥ ଫେରି ପାଇବେ। କୌଣସି ସ୍ଥାନକୁ ବୁଲି ଯିବାକୁ ଇଚ୍ଛା ହେବ।

ଧନୁ: ଦିନଟି ଖୁସିରେ କଟିବ। ଘରେ ସୁଖଶାନ୍ତିର ବାତାବରଣ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆହୁରି ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଆଜି ଦିନଟି ସେମାନଙ୍କ ପାଇଁ ଅନୁକୂଳ ରହିଛି। ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ ମଞ୍ଜୁର ହୋଇଯିବ।

ମକର: ବୈବାହିକ ଜୀବନରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ। ଉଚ୍ଚ ପଦାଧିକାରୀଙ୍କୁ ଖୁସି ରଖିବାରେ ସଫଳ ହେବେ। ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଅଟୋମୋବାଇଲ୍‌ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜି ଦିନଟି ବେଶ୍ ଶୁଭ।

କୁମ୍ଭ: ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ନ ହେଲେ ପରେ ପଶ୍ଚାତାପ କରିବାକୁ ପଡ଼ିପାରେ। ଆତ୍ମବିଶ୍ୱାସ ବଢ଼ିପାରେ।

ମୀନ: ସଂପତ୍ତି ନେଇ ବିବାଦ ଥିଲେ ସମାଧାନ ହୋଇଯାଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଜି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାର ସମ୍ମୁଖୀନ ହୁଅନ୍ତୁ ଓ ତା’ର ସମାଧାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos