ଆପଣାନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ପାଞ୍ଚୋଟି ଗୁଣ, ଜୀବନରେ ମିଳିବ ସଫଳତା

ଆଗକୁ ଆସୁଛି ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଦିନ। ତାଙ୍କ ସଂପର୍କରେ ରହିଛି ଅସରନ୍ତି କଥା। ଶ୍ରୀକୃଷ୍ଣଙ୍କ ଜୀବନକୁ ଅନୁସରଣ କଲେ ଜଣେ ସଫଳ ବ୍ୟକ୍ତି ବନି ପାରିବ। ଆମମାନଙ୍କ ପକ୍ଷରେ ତାଙ୍କର ସମସ୍ତ ଗୁଣକୁ ଅନୁକରଣ କରିବା ହୁଏତ ଅସମ୍ଭବ ହୋଇପାରେ। ତେବେ ତାଙ୍କର ପାଞ୍ଚୋଟି ଗୁଣକୁ ଯେକୌଣସି ବ୍ୟକ୍ତି ଆପଣାଇ ପାରିଲେ ଜୀବନ ସୁଖମୟ ଓ ସଫଳ ହେବ। ଆସନ୍ତୁ ଜାଣିବା ସେହି ଗୁଣ ଗୁଡ଼ିକ ସଂପର୍କରେ। ଶାନ୍ତ ସ୍ୱଭାବ: ଶ୍ରୀକୃଷ୍ଣ ଛୁଆ ବେଳେ ଭାରି […]

srikrishna

srikrishna

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 10:05 AM IST

Sports

Latest News

ଆଗକୁ ଆସୁଛି ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଦିନ। ତାଙ୍କ ସଂପର୍କରେ ରହିଛି ଅସରନ୍ତି କଥା। ଶ୍ରୀକୃଷ୍ଣଙ୍କ ଜୀବନକୁ ଅନୁସରଣ କଲେ ଜଣେ ସଫଳ ବ୍ୟକ୍ତି ବନି ପାରିବ। ଆମମାନଙ୍କ ପକ୍ଷରେ ତାଙ୍କର ସମସ୍ତ ଗୁଣକୁ ଅନୁକରଣ କରିବା ହୁଏତ ଅସମ୍ଭବ ହୋଇପାରେ। ତେବେ ତାଙ୍କର ପାଞ୍ଚୋଟି ଗୁଣକୁ ଯେକୌଣସି ବ୍ୟକ୍ତି ଆପଣାଇ ପାରିଲେ ଜୀବନ ସୁଖମୟ ଓ ସଫଳ ହେବ। ଆସନ୍ତୁ ଜାଣିବା ସେହି ଗୁଣ ଗୁଡ଼ିକ ସଂପର୍କରେ।

ଶାନ୍ତ ସ୍ୱଭାବ: ଶ୍ରୀକୃଷ୍ଣ ଛୁଆ ବେଳେ ଭାରି ଦୁଷ୍ଟ ଥିଲେ। ତାଙ୍କ ମା’ ତାଙ୍କୁ ବାରମ୍ବାର ଦଣ୍ଡ ଦେବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଶ୍ରୀକୃଷ୍ଣ ଶାନ୍ତ ରହୁଥିଲେ। ତେବେ କଂସଙ୍କ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ କ୍ଷତି ପହଞ୍ଚାଇବାକୁ କରାଯାଇଥିବା ସମସ୍ତ ଉଦ୍ୟମକୁ ସେ ପଣ୍ଡ କରିଥିଲେ।

ସାଧାରଣ ଜୀବନ: ଭଗବାନ ଶ୍ରୀକୃଷ୍ଣ ଏକ ବଡ଼ ଘରୁ ଆସିଥିଲେ। ସେ ରାଜା ନନ୍ଦଙ୍କ ପୁତ୍ର ଥିଲେ। ତଥାପି ଗୋକୁଳରେ ସେ ଅନ୍ୟ ବାଳକଙ୍କ ପରି ବୁଲୁଥିଲେ ଓ ଖେଳୁଥିଲେ। ସବୁ ପିଲାଙ୍କ ସହିତ ମିଶୁ ଥିଲେ। କାହାରି ସହିତ ଭେଦଭାବ କରୁ ନ ଥିଲେ। ତାଙ୍କ ପାଖରେ ରାଜା ଘର ଛୁଆ ବୋଲି ଗର୍ବ ଓ ଅହଂକାର ନ ଥିଲା। ମୁହଁରେ ସବୁବେଳେ ସରଳ ଭାବ ରହୁଥିଲା।

କେବେ ହାର୍ ନ ମାନିବା: କେବେ କୌଣସି ପରିସ୍ଥିତିରେ ହାର୍‌ ନମାନିବାର ଶିକ୍ଷା ଦିଅନ୍ତି ଭଗବାନ ଶ୍ରୀକୃଷ୍ଣ। ପ୍ରୟାସ ଜାରି ରଖିବାକୁ ସେ ବାର୍ତ୍ତା ଦିଅନ୍ତି। ପରିଣାମ ନିଜ ପକ୍ଷରେ ନ ଥିଲେ ବି ଉଦ୍ୟମ ଜାରି ରଖିବା ଉଚିତ।

ବନ୍ଧୁତ୍ୱ ନିଭାଇବା: କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱ କଥା କିଏ ଅବା ନ ଜାଣିଛି? କୃଷ୍ଣ ଓ ସୁଦାମା ପରସ୍ପରକୁ ଆଦର କରୁଥିଲେ। ଶ୍ରୀକୃଷ୍ଣ ସର୍ବଦା ବନ୍ଧୁ ସୁଦାମା ଓ ଅର୍ଜୁନଙ୍କୁ ସହଯୋଗ କରିଥିଲେ।

ବାପାମା’ଙ୍କୁ ଆଦର: ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥିଲେ ଦେବକୀ। କିନ୍ତୁ ତାଙ୍କର ଲାଳନପାଳନ କରିଥିଲେ ଯୋଶଦା ଓ ରାଜା ନନ୍ଦ। ଶ୍ରୀକୃଷ୍ଣ ଜାଣିଥିଲେ ତାଙ୍କ ବାପାମା’ ତାଙ୍କ ଠାରୁ ଦୂରରେ ଅଛନ୍ତି ଓ ଯଶୋଦା ଏବଂ ରାଜା ନନ୍ଦ ତାଙ୍କର ପ୍ରକୃତ ବାପାମା’ ନୁହଁନ୍ତି। ତଥାପି ସେ ଉଭୟଙ୍କୁ ହୃଦୟରୁ ଭଲ ପାଉଥିଲେ। ସେମାନଙ୍କୁ ଆଦର କରିବାରେ ଓ ସମ୍ମାନ ଦେବାରେ ଆଦୌ ହେଳା କରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story