ଚକୋଲେଟ୍‌ ବି ଦେଇଥାଏ ଉପକାର: ମିଳିଥାଏ ଏହି ୫ଟି ଲାଭ

ଚକୋଲେଟ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟ୍‌ ଖାଇବାକୁ ଇଚ୍ଛା ଥାଇ ବି କେତେକ ଲୋକ ଖାଇପାରନ୍ତି ନାହିଁ ଓ ପିଲାମାନଙ୍କୁ ବି ଖାଇବାକୁ ବାରଣ କରିଥାନ୍ତି। କାହିଁକିନା ଚକୋଲେଟ୍‌କୁ ନେଇ ସାଧାରଣତଃ ଆମ ମନରେ ଦ୍ୱନ୍ଦ୍ୱ ଥାଏ ଯେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନାଁ ଖରାପ। ଅନେକ ଭାବନ୍ତି ଏହା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ତେଣୁ ଚକୋଲେଟ୍‌ ଖାଇବାର ଇଚ୍ଛା ଥାଇବି ଖାଇପାରନ୍ତି ନାହିଁ। କିନ୍ତୁ ଗବେଷଣାରୁ ଜଣା […]

Chocolate

Chocolate

Rakesh Mallick
  • Published: Monday, 09 July 2018
  • Updated: 09 July 2018, 02:35 PM IST

Sports

Latest News

ଚକୋଲେଟ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟ୍‌ ଖାଇବାକୁ ଇଚ୍ଛା ଥାଇ ବି କେତେକ ଲୋକ ଖାଇପାରନ୍ତି ନାହିଁ ଓ ପିଲାମାନଙ୍କୁ ବି ଖାଇବାକୁ ବାରଣ କରିଥାନ୍ତି। କାହିଁକିନା ଚକୋଲେଟ୍‌କୁ ନେଇ ସାଧାରଣତଃ ଆମ ମନରେ ଦ୍ୱନ୍ଦ୍ୱ ଥାଏ ଯେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନାଁ ଖରାପ। ଅନେକ ଭାବନ୍ତି ଏହା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ତେଣୁ ଚକୋଲେଟ୍‌ ଖାଇବାର ଇଚ୍ଛା ଥାଇବି ଖାଇପାରନ୍ତି ନାହିଁ। କିନ୍ତୁ ଗବେଷଣାରୁ ଜଣା ପଡ଼ିଛି ଯେ ଏହା ଶରୀର ପାଇଁ ଖୁବ୍‌ ଭଲ। ବ୍ରାଉନ୍‌ ଚକୋଲେଟ୍‌ ଶରୀର ପାଇଁ ଖୁବ୍‌ ଉପକାରୀ। ତେବେ ଚାଲନ୍ତୁ ଜାଣିବା ଚକୋଲେଟ୍‌ର ୫ଟି ଉପକାରିତା ବିଷୟରେ।

 

ବ୍ଲଡ୍‌ପ୍ରେସର କମାଇଥାଏ: ହାର୍ଭାର୍ଡ ୟୁନିଭର୍ସିଟିରେ ହୋଇଥିବା ଗବେଷଣା ଅନୁସାରେ ଚକୋଲେଟ୍‌ ହାଇ ବ୍ଲଡ୍‌ ପ୍ରେସର ଲୋକଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହା ବିପିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହି ଗବେଷଣାରେ ୧୧୦୬ ଲୋକଙ୍କୁ ସାମିଲ୍‌ କରାଯାଇଥିଲା ଯେଉଁଥିରୁ ଜଣା ପଡ଼ିଥିଲା ଚକୋଲେଟ୍‌ ବ୍ଲଡପ୍ରେସର କମ୍‌ କରି ହୃଦ୍‌ ରୋଗରୁ ବଞ୍ଚେଇଥାଏ। ଆଉ ଏକ ଅଧ୍ୟୟନ ମୁତାବକ ଚକୋଲେଟ୍ ଖାଇବାରେ ସାମିଲ୍‌ କରିବା ଦ୍ୱାରା ନାଇଟ୍ରିକ୍‌ ଅକ୍ସସାଇଡ୍‌ର ସ୍ତର ବଢ଼ିଥାଏ ଫଳରେ ବିପି ସ୍ତର କମ୍‌ ହୋଇଯାଇଥାଏ।

 

କୋଲେଷ୍ଟୋରେଲ୍‌ କମାଇଥାଏ: ଏକ ରିସର୍ଚ୍ଚ ଅନୁସାରେ ଯଦି ଚକୋଲେଟ୍‌କୁ କମ୍‌ ମାତ୍ରାରେ ଖାଦ୍ୟରେ ନିଆଯାଏ ତେବେ ଶରୀରରେ ଅଦରକାରୀ କୋଲେଷ୍ଟୋରେଲ୍‌ ମାତ୍ରା କମିଯାଏ। ଏହା ସହ ଦରକାରୀ କୋଲେଷ୍ଟ୍ରୋରେଲ୍‌ ସ୍ତର ବଢ଼ିଥାଏ। ଏଥିଯୋଗୁ ହାର୍ଟ ଆଟାକ୍‌ ଓ ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା କମିଯାଏ।

ମାନସିକ ସ୍ୱାସ୍ଥ୍ୟ ଭଲ ରହେ: ବୟସ ବୃଦ୍ଧିର ପ୍ରଭାବ ଆମ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ। ଗବେଷକମାନେ କହୁଛନ୍ତିଗବେଶକମାନେ ଚକୋଲେଟ୍‌ ଆପଣଙ୍କୁ ଏଥିରୁ କିଛି ମାତ୍ରାରେ ଉପଶମ ଦେଇପାରିବ। ୨୦୧୨ରେ ୟୁନିଭର୍ସିଟି ଅଫ୍‌ ଲଟିଙ୍ଘମ୍‌ ରେ ହୋଇଥିବା ଗବେଷଣା ଅନୁସାରେ, ଡାର୍କ ଚକୋଲେଟ୍‌ ବିଶେଷତଃ ମସ୍ତିଷ୍କର ରକ୍ତ ପ୍ରବାହକୁ ସକ୍ରିୟ କରିଥାଏ। ଯେଉଁଥିପାଇଁ ମସ୍ତିଷ୍କର କାର୍ଯ୍ୟ କ୍ଷମତା ବଢ଼ିଯାଇଥାଏ। ଜର୍ଣ୍ଣାଲ ଅଫ୍‌ ନ୍ୟୁରୋଲୋଜିରେ ପ୍ରକାଶିତ ରିପୋର୍ଟ ମୁତାବକ ଡାର୍କ ଚକୋଲେଟ୍‌ର ଛୋଟ ବାଇଟ୍‌ ୩୦ ପ୍ରତିଶତ ପର୍ଯ୍ୟନ୍ତ ସ୍ମରଣ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ।

ଭୋକ ନିୟନ୍ତ୍ରଣ କରିଥାଏ: ଏମିତି ଲୋକ ଅଛନ୍ତି ଯାହାକୁ ଭୋକ ଖୁବ୍‌ ଅଧିକ ଲାଗିଥାଏ ଆଉ ବଢ଼ୁଥିବା ଓଜନ ପାଇଁ ଚିନ୍ତିତ ଥାଆନ୍ତି, ସେମାନେ ଚକୋଲେଟ୍‌ର ଏକ ଛୋଟ୍‌ ପିସ୍ ଗୋଟିଏ ଦିନରେ ଦୁଇଥର ନେବା ଉଚିତ୍‌।  ଗବେଷଣା ମୁତାବକ ଏଥିରେ ମନୋ ସେଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ମିଳିଥାଏ।  ଯାହା ମେଟାବଲିଜିମ୍‌ କୁ କ୍ଷୀପ୍ରକ ରି ଫ୍ୟାଟ୍‌କୁ ତରଳାଇ ଦେଇଥାଏ।କାର୍ଲିଫର୍ଣ୍ଣିଆ ୟୁନୁଭର୍ସିଟିରେ ହେଉଥିବା ଏକ ଗବେଷଣାର ରିପୋର୍ଟ ମୁତାବକ ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ।

 

ଗର୍ଭଧାରଣ ସମୟରେ ଖାଇବା ଉପକାରୀ: ଯଦି ଗର୍ଭଧାରଣମୟରେ ଆପଣ ଚକୋଲେଟ୍‌ ଖାଆନ୍ତି ତେବେ ଗର୍ଭସ୍ଥ ପିଲା ପାଇଁ ଖୁବ୍‌ ହିତ ସାଧିତ ହୋଇଥାଏ। ଏକ ରିପୋର୍ଟ ମୁତାବକ ଯଦି ଗର୍ଭଧାରଣ ସମୟରେ ମହିଳା ଚକୋଲେଟ୍‌ ଖାଆନ୍ତି ତେବେ ତାର ଷ୍ଟ୍ରେସ୍‌ କମ୍‌ ହୋଇଯାଇଥାଏ। ତା’ସହ ତାଙ୍କ ପିଲାର ବି ଉପକାର ହୋଇଥାଏ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos