ଝିଅଙ୍କୁ ଇମ୍ପ୍ରେସ୍ କରିବାକୁ ଚାହୁଁଛନ୍ତି? ଜାଣନ୍ତୁ କେଉଁ 7ଟି ଗୁଣ ଥିବା ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

ଆଜିକାଲି ମହିଳା ଚାହାଁନ୍ତି, ତାଙ୍କୁ ନିଜ ପସନ୍ଦର ଜୀବନସାଥୀ ହିଁ ମିଳୁ। ବିଶେଷକରି ଜୀବନସାଥି ବାଛିବାରେ ଏମାନେ ଖୁବ ସଚେତନ। କାରଣ ସେମାନେ ଜାଣନ୍ତି ବିନା ବୁଝାବୁଝିରେ ଯଦି ସେମାନେ ଲାଇଫ୍ ପାର୍ଟନର ବାଛୁଛନ୍ତି ତେବେ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଇ ପାରେ। ଏପରି କ୍ଷେତ୍ରରେ ପ୍ରଥମ ସମସ୍ୟା ହେଲା, ଭଲ ଓ ଖରାପ ପୁରୁଷ ଜାଣିବେ କେମିତି। ପୁରୁଷମାନେ ମଧ୍ୟ ନିଜ ଜୀବନରେ ଜଣେ ଭଲ ଝିଅ ପାଇବାକୁ ଚେଷ୍ଟା କରିଥାନ୍ତି। ପଚରାପଚରି କରି ସେମାନେ […]

perfect-relationship

perfect-relationship

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 08:32 PM IST

Sports

Latest News

ଆଜିକାଲି ମହିଳା ଚାହାଁନ୍ତି, ତାଙ୍କୁ ନିଜ ପସନ୍ଦର ଜୀବନସାଥୀ ହିଁ ମିଳୁ। ବିଶେଷକରି ଜୀବନସାଥି ବାଛିବାରେ ଏମାନେ ଖୁବ ସଚେତନ। କାରଣ ସେମାନେ ଜାଣନ୍ତି ବିନା ବୁଝାବୁଝିରେ ଯଦି ସେମାନେ ଲାଇଫ୍ ପାର୍ଟନର ବାଛୁଛନ୍ତି ତେବେ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଇ ପାରେ। ଏପରି କ୍ଷେତ୍ରରେ ପ୍ରଥମ ସମସ୍ୟା ହେଲା, ଭଲ ଓ ଖରାପ ପୁରୁଷ ଜାଣିବେ କେମିତି। ପୁରୁଷମାନେ ମଧ୍ୟ ନିଜ ଜୀବନରେ ଜଣେ ଭଲ ଝିଅ ପାଇବାକୁ ଚେଷ୍ଟା କରିଥାନ୍ତି। ପଚରାପଚରି କରି ସେମାନେ ଝିଅଟିର ଗୁଣ ବିଷୟରେ ଜାଣିବାକୁ ଚାହିଁଥାନ୍ତି। ପୁଅଝିଅଙ୍କୁ ଅଧିକ ସଚେତନ କରିବାକୁ ଆସନ୍ତୁ ଜାଣିବା ପୁରୁଷଙ୍କର କେଉଁ 7ଟି ଗୁଣ ଭଲ ହୋଇଥିଲେ, ଝିଅମାନେ ସେପରି ପୁରୁଷଙ୍କୁ ପସନ୍ଦ କରିଥାନ୍ତି ବା ହୃଦୟ ଦେବାକୁ ଚାହିଁଥାନ୍ତି।

  1. ବ୍ୟକ୍ତିତ୍ୱ: ଝିଅମାନେ ପୁରୁଷଙ୍କ ବ୍ୟକ୍ତିତ୍ବ ଉପରେ ଗୁରୁତ୍ୱ ଦେଇଥାନ୍ତି। ପୁରୁଷଟି କେତେ ଜ୍ଞାନୀ, ତାକୁ ଅନ୍ୟମାନେ କେମିତି ଗ୍ରହଣ କରନ୍ତି ଓ ତାଙ୍କର କେତେ ବୁଦ୍ଧି ଅଛି, ସେ ବିଷୟରେ ଝିଅମାନେ ନିଶ୍ଚୟ ଇମ୍ପ୍ରେସ୍ ହୋଇଥାନ୍ତି। କାରଣ ପୁରୁଷଟି ଜ୍ଞାନୀ ଓ ବୁଦ୍ଧିଆ ହେଲେ ଭଲରେ ନିଜର ପର୍ସନାଲ୍ ଓ ପ୍ରଫେସନାଲ୍ ଲାଇଫ ସମ୍ଭାଳିଥାଏ।
  2. ସମ୍ମାନ: ଝିଅମାନେ ଦେଖନ୍ତି, ସେମାନେ ପସନ୍ଦ କରିବାକୁ ଯାଇଥିବା ଲୋକଟି ଅନ୍ୟମାନଙ୍କୁ କେତେ ସମ୍ମାନ ଦେଉଛି , ବିଶେଷକରି ମହିଳାମାନଙ୍କ ପ୍ରତି ତାର ବ୍ୟବହାର କିପରି ଅଛି , ନିଜ ଜୀବନସାଥୀ ପ୍ରତି ସେ ସେତିକି କେୟାରିଂ ତ , କାରଣ ସେମାନେ ଜାଣନ୍ତି, ଯଦି ନାରୀ ପ୍ରତି ସମ୍ମାନ ନାହିଁ ତେବେ ସ୍ତ୍ରୀ ପ୍ରତି ବି ସମ୍ମାନ ରହିବନି।
  3. ପ୍ରଶଂସା: ଝିଅମାନେ ନିଜର ପ୍ରଶଂସା ଶୁଣିବାକୁ ଖୁବ ଭଲ ପାଆନ୍ତି। ହେଲେ ମିଛ ପ୍ରଶଂସାକୁ ଏମାନେ ଖୁବ ଘୃଣା କରନ୍ତି। ତେଣୁ ଯେଉଁ ପୁରୁଷ ତା ଜୀବନସାଥୀର କାମକୁ ପ୍ରଶଂସା କରିବା ଶିଖିଛି ସେମାନଙ୍କୁ ଝିଅ ମିଳିବା ସହଜ। ଏଥିପ୍ରତି ପୁରୁଷମାନେ ମଧ୍ୟ ଧ୍ୟାନ ଦେବା ଉଚିତ।
  4. ବେଶ ପୋଷାକ: ଝିଅଙ୍କୁ ଇମ୍ପ୍ରେସ୍ କରିବାର ସବୁଠୁ ବଡ଼ ଅସ୍ତ୍ର ହେଲା ପୁରୁଷର ଲୁକ୍। ଯେତେ ଜ୍ଞାନୀ ଗୁଣି ପିଲା ହୋଇଥିଲେ ବି ବେଶ ପୋଷାକ ଠିକ୍ ନଥିଲେ ଝିଅ ପାଖରେ ଫେଲ୍ ମାରନ୍ତି ପୁଅ। ତେଣୁ ଟିକିଏ ଭଦ୍ର ବେଶ ପୋଷାକ ପିନ୍ଧିଥିବା ପୁରୁଷଙ୍କୁ ଝିଅମାନେ ଗୁରୁତ୍ୱ ଦିଅନ୍ତି।
  5. ରୋଜଗାର: ପୁରୁଷ ଯେତେ ସ୍ମାର୍ଟ ଓ ସୁନ୍ଦର ହୋଇଥିଲେ ବି ମୁଖ୍ୟ ଆଧାର ହେଲା ରୋଜଗାର। ଭଲ ଚାକିରି କରି ମୋଟା ଦରମା ପାଉଥିବା ପୁଅ କିମ୍ବା ବ୍ୟବସାୟ ବାଣିଜ୍ୟ କରି ନିଜକୁ ପ୍ରତିଷ୍ଠିତ କରିପାରିଥିବା ପୁଅଙ୍କୁ ଝିଅମାନେ ବେଶୀ ପସନ୍ଦ କରନ୍ତି। ଅର୍ଥାତ ଭଲ ଲାଇଫଷ୍ଟାଇଲରେ ଚଳୁଥିବା ବ୍ୟକ୍ତିକୁ ମହିଳାମାନେ ଅଧିକ ପସନ୍ଦ କରିଥାଆନ୍ତି।
  6. ମାଚିଓର୍ଡ ବା ପରିପକ୍ୱ ବ୍ୟବହାର: ପୁରୁଷର ଯଦି ପିଲାଳିଆମୀ ଥାଏ, ତେବେ ଝିଅମାନେ ତାକୁ ଗୁରୁତ୍ୱର ସହ ଗ୍ରହଣ କରନ୍ତି ନାହିଁ। ଅଧିକାଂଶ ମହିଳା ଚାହାଁନ୍ତି ତାଙ୍କ ଜୀବନସାଥୀ ପରିପକ୍ୱ ବା ଦାୟିତ୍ୱବାନ ଭାବେ ବ୍ୟବହାର ପ୍ରଦର୍ଶନ କରୁ। କାରଣ ଝିଅମାନେ ଜାଣିଛନ୍ତି, ସ୍ୱାମୀ ଦାୟତ୍ୱ ସଂପନ୍ନ ନହେଲେ ଆଗାମୀ ବୈହାହିକ ଜୀବନ ଆରାମଦାୟକ ହେବନାହିଁ।
  7. ସ୍ପଷ୍ଟଭାଷୀ: ଝିଅମାନେ ଆତ୍ମବିଶ୍ୱାସୀ ଓ ସ୍ପଷ୍ଟଭାଷୀ ବ୍ୟକ୍ତିଙ୍କୁ ଖୁବ୍ ଭଲ ପାଆନ୍ତି। ସବୁବେଳେ ଦ୍ୱନ୍ଦରେ ରହୁଥିବା କିମ୍ବା ଆଗପଛ କରି କଥା କହୁଥିବା ପୁରୁଷକୁ ମହିଳାମାନେ ଭରସା କରିପାରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos