ଆପଣଙ୍କ ବାଡ଼ିରେ ଅଛି ଡେଙ୍ଗୁ ପାଇଁ ଏକ ମହୌଷଧୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡା ଭାରି ଉପକାରୀ। ଏଥିରେ ଭିଟାମିନ୍ ଏ, ପୋଟାସିୟମ୍ ଓ କ୍ୟାଲସିୟମ୍ ରହିଛି। ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ଫାଇବର ମଧ୍ୟ ରହିଛି। ଏହା ହାଇକୋଲେଷ୍ଟେରୋଲ୍‌ କମ୍ କରିବାରେ ସାହାଯ୍ୟ କରେ। ଅମୃତଭଣ୍ଡାର ଉପକାରିତା ସଂପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ ଜାଣିଛନ୍ତି କି ଅମୃତଭଣ୍ଡା ଗଛର ପତ୍ର ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଆପଣ କେବେ ଅମୃତଭଣ୍ଡା ପତ୍ରର ଜୁସ୍ ପିଇଛନ୍ତି କି? ଯଦି ପିଇଛନ୍ତି ତା’ହେଲେ ଠିକ୍ ଅଛି। […]

pappeya

pappeya

Rakesh Mallick
  • Published: Saturday, 12 August 2017
  • Updated: 10 June 2018, 12:57 PM IST

Sports

Latest News

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡା ଭାରି ଉପକାରୀ। ଏଥିରେ ଭିଟାମିନ୍ ଏ, ପୋଟାସିୟମ୍ ଓ କ୍ୟାଲସିୟମ୍ ରହିଛି। ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ଫାଇବର ମଧ୍ୟ ରହିଛି। ଏହା ହାଇକୋଲେଷ୍ଟେରୋଲ୍‌ କମ୍ କରିବାରେ ସାହାଯ୍ୟ କରେ।

ଅମୃତଭଣ୍ଡାର ଉପକାରିତା ସଂପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ ଜାଣିଛନ୍ତି କି ଅମୃତଭଣ୍ଡା ଗଛର ପତ୍ର ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଆପଣ କେବେ ଅମୃତଭଣ୍ଡା ପତ୍ରର ଜୁସ୍ ପିଇଛନ୍ତି କି? ଯଦି ପିଇଛନ୍ତି ତା’ହେଲେ ଠିକ୍ ଅଛି। ଯଦି ପିଇନାହାନ୍ତି, ତା’ହେଲେ ଆଜିଠୁ ଆରମ୍ଭ କରି ଦିଅନ୍ତୁ। ଅମୃତଭଣ୍ଡା ଖାଇବା ସହ ଏହାର ପତ୍ରକୁ ଜୁସ୍ କରି ପିଇଲେ ଅନେକ ବଡ଼ ରୋଗକୁ ଏଡ଼ାଇ ଦିଆଯାଇପାରିବ।

ସାଧାରଣତଃ ଡେଙ୍ଗୁ ଓ ଚିକନଗୁନିଆ ରୋଗୀଙ୍କୁ ଅମୃତଭଣ୍ଡା ପତ୍ରର ଜୁସ୍ ପିଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଆପଣ ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଥିଲେ ଏହାକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରିପାରିବେ।

ଆସନ୍ତୁ ଜାଣିବା ଅମୃତଭଣ୍ଡା ପତ୍ରକୁ ଜୁସ୍ କରି ପିଇଲେ କ’ଣ ସବୁ ଫାଇଦା ହୁଏ

କ୍ୟାନ୍‌ସର ସେଲ୍‌ ବୃଦ୍ଧିକୁ ରୋକେ-  ଅମୃତଭଣ୍ଡା ପତ୍ରରେ କ୍ୟାନସର ବିରୋଧୀ ଗୁଣ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ଏହା ଶରୀରରେ ବ୍ରେଷ୍ଟ କ୍ୟାନସର ଓ ସରଭାଇକଲ୍‌ କ୍ୟାନସରର ସେଲ୍ ସୃଷ୍ଟି ହେବାକୁ ଦିଏ ନାହିଁ।

ସଂକ୍ରମଣରୁ ରକ୍ଷା କରେ- ଅମୃତଭଣ୍ଡା ପତ୍ରର ଜୁସ୍ ଶରୀରରେ ବ୍ୟାକ୍ଟେରିଆ ଗୁଡ଼ିକୁ ବଢ଼ିବାକୁ ଦିଏ ନାହିଁ।   ଏହା ରକ୍ତରେ ହ୍ଳାଇଟ୍‌ ବ୍ଲଡ୍‌ ସେଲ୍‌ ଓ ପ୍ଲେଟ୍‌ଲେଟ୍‌ସ ବୃଦ୍ଧି କରିବାରେ ସାହାଯ୍ୟ କରେ।

ଡେଙ୍ଗୁରୁ ରକ୍ଷା କରେ- ଅମୃତଭଣ୍ଡା ପତ୍ରର ଜୁସ୍ ଉଭୟ ଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଲଢ଼ିବାକୁ ଶକ୍ତି ଦିଏ। ଡେଙ୍ଗୁ ଯୋଗୁଁ ଶରୀରରୁ ପ୍ଲେଟ୍‌ଲେଟ୍‌ସର ମାତ୍ରା କମିଯାଏ। ତେବେ ଅମୃତଭଣ୍ଡା ପତ୍ରର ଜୁସ୍ ଏହାକୁ ବଢ଼ାଇବାରେ ସାହାଯ୍ୟ କରେ। ସେହିପରି ଜ୍ୱର ଯୋଗୁଁ ଶରୀର ଦୁର୍ବଳ ହୋଇଯାଏ। ତେବେ ଦୁର୍ବଳତା ବଢ଼ିବାରୁ ରକ୍ଷା କରେ ଅମୃତଭଣ୍ଡା ପତ୍ରର ଜୁସ୍‌।

ମାସିକ ଋତୁସ୍ରାବ ଯନ୍ତ୍ରଣାକୁ ଦୂର କରେ- ମହିଳାମାନେ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଅମୃତଭଣ୍ଡା ପତ୍ରକୁ ତେନ୍ତୁଳି, ଲୁଣ ଓ ଗୋଟିଏ ଗ୍ଲାସ୍‌ ପାଣିରେ ମିଶାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏହି କାଢ଼ା ଥଣ୍ଡା ହେଲା ପରେ ପିଅନ୍ତୁ। କିଛି ସମୟ ପରେ ଆରାମ ମିଳିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos