ଛୁଆମାନଙ୍କ ସମ୍ମୁଖରେ ବାପାମା’ କରନ୍ତୁନି ଏସବୁ କାମ

କୁହାଯାଏ ପିଲାମାନେ ଯାହା ଦେଖିବେ ତାହା ଶିଖିବେ। ଆପଣମାନେ ବି ଏହାକୁ ଅନୁଭବ କରିଥିବେ। ସେହି କାରଣରୁ ବାପାମା’ ପିଲାମାନଙ୍କୁ ସଠିକ ସାଙ୍ଗ ଖୋଜିବାକୁ ପରାମର୍ଶ ଦେଇଥାନ୍ତି। ଖରାପ ସଂଗତ ପିଲାମାନଙ୍କ ସ୍ୱଭାବକୁ ପ୍ରଭାବିତ କରିଥାଏ। ତେବେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ କେବଳ ବାହାରୁ ପଡ଼ିଥାଏ କହିଲେ ଭୁଲ ହେବ। ଘରୁ ବି ପଡ଼ିଥାଏ। ବାପାମା’ ଓ ପରିବାରର ଅନ୍ୟ ବଡ଼ ସଦସ୍ୟଙ୍କ କଥାବାର୍ତ୍ତା, ବ୍ୟବହାର ଓ କାର୍ଯ୍ୟ ପିଲାଙ୍କୁ ପ୍ରଭାବିତ କରିଥାଏ। ତେଣୁ ବାପାମା’ […]

Rakesh Mallick
  • Published: Friday, 13 October 2017
  • Updated: 13 October 2017, 11:16 AM IST

Sports

Latest News

କୁହାଯାଏ ପିଲାମାନେ ଯାହା ଦେଖିବେ ତାହା ଶିଖିବେ। ଆପଣମାନେ ବି ଏହାକୁ ଅନୁଭବ କରିଥିବେ। ସେହି କାରଣରୁ ବାପାମା’ ପିଲାମାନଙ୍କୁ ସଠିକ ସାଙ୍ଗ ଖୋଜିବାକୁ ପରାମର୍ଶ ଦେଇଥାନ୍ତି। ଖରାପ ସଂଗତ ପିଲାମାନଙ୍କ ସ୍ୱଭାବକୁ ପ୍ରଭାବିତ କରିଥାଏ। ତେବେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ କେବଳ ବାହାରୁ ପଡ଼ିଥାଏ କହିଲେ ଭୁଲ ହେବ। ଘରୁ ବି ପଡ଼ିଥାଏ। ବାପାମା’ ଓ ପରିବାରର ଅନ୍ୟ ବଡ଼ ସଦସ୍ୟଙ୍କ କଥାବାର୍ତ୍ତା, ବ୍ୟବହାର ଓ କାର୍ଯ୍ୟ ପିଲାଙ୍କୁ ପ୍ରଭାବିତ କରିଥାଏ। ତେଣୁ ବାପାମା’ ଓ ଘରର ଅନ୍ୟମାନେ ଏଦିଗ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଆସନ୍ତୁ ଜାଣିବା କେଉଁ ସବୁ ଭୁଲ୍ ବାପାମା’ମାନେ ପିଲାଙ୍କ ଆଗରେ ଆଦୌ କରିବା ଉଚିତ ନୁହେଁ।

ଯୁକ୍ତି ଓ ଝଗଡ଼ା କରନ୍ତୁ ନାହିଁ

ନିଜ ପିଲାମାନଙ୍କ ସମ୍ମୁଖରେ ବାପାମା’ମାନେ ଯୁକ୍ତି ଅବା ଝଗଡ଼ା କରନ୍ତୁ ନାହିଁ। ନହେଲେ ପିଲାମାନଙ୍କ ମଧ୍ୟରେ ଏହି ଗୁଣ ରହିଯିବ।

ଅନ୍ୟ ମାନଙ୍କ ବିରୁଦ୍ଧରେ ଗପନ୍ତୁ ନାହିଁ

ପିଲାମାନଙ୍କ ସାମ୍ନାରେ ବାପାମା’ ପରସ୍ପରର ଖରାପ ଗୁଣ କୁହନ୍ତୁ ନାହିଁ କି ଅନ୍ୟମାନଙ୍କ ବିଷୟରେ ଖରାପ କଥା କୁହନ୍ତୁ ନାହିଁ।  ଏପରି କଲେ ପିଲାମାନେ ମଧ୍ୟ  ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବା ଶିଖନ୍ତି। ଅନ୍ୟମାନଙ୍କୁ ଆଦର କରନ୍ତି ନାହିଁ।

ଦାୟିତ୍ୱହୀନ ହୁଅନ୍ତୁ ନାହିଁ

ବାପାମା’ ଦାୟିତ୍ୱବାନ ହୁଅନ୍ତୁ। ପ୍ରତି କାର୍ଯ୍ୟକୁ ନିଜ କାନ୍ଧକୁ ନେଇ ବାପାମା’ ମିଳିମିଶି କାମ କରନ୍ତୁ। ଯଦି ବାପାମା’ ଦାୟିତ୍ୱହୀନ ହେବେ ତା’ହେଲେ ଛୁଆମାନେ ତାହା ହିଁ ଶିଖିବେ।

ଭୁଲ୍ ଅସ୍ୱୀକାର କରନ୍ତୁ ନାହିଁ

କୌଣସି ଭୁଲ୍ କରିଥିଲେ ଅସ୍ୱୀକାର କରନ୍ତୁ ନାହିଁ। ସ୍ୱୀକାର କରନ୍ତୁ। ବାପାମା’ ଭୁଲ୍ କରି ସ୍ୱୀକାର ନକଲେ ଏହାର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos