ଜାଣନ୍ତୁ, ଘରେ ମୟୂର ପର ରଖିଲେ କ’ଣ ହୁଏ

ହିନ୍ଦୁ ଧର୍ମରେ ମୟୂର ପରକୁ ଶୁଭ ଏବଂ ପବିତ୍ର ବୋଲି ବିଚାର କରାଯାଏ। ଏମିତି କି ଏକଥା ବି କୁହାଯାଏ ଯେ, ଯେଉଁ ବ୍ୟକ୍ତିଙ୍କ ପଖରେ ମୟୂର ପର ଥାଏ ତାଙ୍କର କୌଣସି ଅମଙ୍ଗଳ ହୁଏ ନାହିଁ। ଘରେ ମୟୂର ପର ରଖିଲେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ। ତଥା ସୁଖ ସମୃଦ୍ଧି ଓ ଲକ୍ଷ୍ମୀଙ୍କ କୃପା ବରଷିଥାଏ ବୋଲି ବିଶ୍ୱାସ କରାଯାଏ। ୧. ଯଦି ଆପଣଙ୍କ ଘରେ ଧନର ଅଭାବ ରହୁଛି ତେବେ ଘରେ ମୟୂର […]

peacockfea

peacockfea

Rakesh Mallick
  • Published: Friday, 18 August 2017
  • Updated: 18 August 2017, 03:18 PM IST

Sports

Latest News

ହିନ୍ଦୁ ଧର୍ମରେ ମୟୂର ପରକୁ ଶୁଭ ଏବଂ ପବିତ୍ର ବୋଲି ବିଚାର କରାଯାଏ। ଏମିତି କି ଏକଥା ବି କୁହାଯାଏ ଯେ, ଯେଉଁ ବ୍ୟକ୍ତିଙ୍କ ପଖରେ ମୟୂର ପର ଥାଏ ତାଙ୍କର କୌଣସି ଅମଙ୍ଗଳ ହୁଏ ନାହିଁ। ଘରେ ମୟୂର ପର ରଖିଲେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ। ତଥା ସୁଖ ସମୃଦ୍ଧି ଓ ଲକ୍ଷ୍ମୀଙ୍କ କୃପା ବରଷିଥାଏ ବୋଲି ବିଶ୍ୱାସ କରାଯାଏ।

୧. ଯଦି ଆପଣଙ୍କ ଘରେ ଧନର ଅଭାବ ରହୁଛି ତେବେ ଘରେ ମୟୂର ପର ରଖନ୍ତୁ। ବାସ୍ତୁ ବିଶେଷଜ୍ଞଙ୍କ ଅନୂଯାୟୀ ଘରେ ମୟୂର ପର ରଖିଲେ ଅଭାବ ଅନଟନ ଦୂର ହୋଇଥାଏ।

୨. ବେଳେ ବେଳେ ଏପରି ଲାଗେ ଯେପରି ଆମ ଆଖ ପାଖରେ କୌଣସି ନକରାତ୍ମକ ଶକ୍ତି ବାସ କରୁଛି। ଏପରି କ୍ଷେତ୍ରରେ ଘରେ ମୟୂର ପର ରଖିଲେ ନକରାତ୍ମକ ଶକ୍ତିର ନାଶ ହୁଏ ଓ ସକରାତ୍ମକ ଶକ୍ତି ସକ୍ରିୟ ହୁଏ।

୩. ଯଦି ଆପଣଙ୍କ ପିଲା ଶୋଇବା ସମୟରେ ଚମକି ପଡୁଛି ତେବେ ସେ ନିଶ୍ଚୟ କିଛି ଖରାପ ସ୍ୱପ୍ନ ଦେଖୁଛି। ତା’ର ତକିଆ ତଳେ ମୟୂର ପର ରଖନ୍ତୁ। ଏପରି କଲେ ପିଲାକୁ ଆଉ ଖରାପ ସ୍ୱପ୍ନ ଆସିବ ନାହିଁ।

୪. ଯଦି ଆପଣଙ୍କ ପିଲାର ମନ ପାଠପଢାରେ ଲାଗୁ ନାହିଁ, ତେବେ ତା ପଢା ଘରେ ମୟୂର ପର ରଖିଦିଅନ୍ତୁ। ବିଶ୍ୱାସ କରାଯାଏ, ଏପରି କରିବା ଦ୍ୱାରା ପିଲାର ମନ ପଢାରେ ଲାଗିବ।

୫. ଘରେ ମୟୂର ପର ଥିଲେ ସେହି ଘରେ କେବେ ହେଲେ ସାପ ପଶିବା ଦେଖାଯାଏ ନାହିଁ। କାରଣ ମୟୂରକୁ ସାପର ଭୟ ଥାଏ।

୬. ଘରର ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ମୟୂର ପର ରଖିବା ଦ୍ୱାରା ସମସ୍ତ ଶୁଭ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos