ସୁଖ, ଶାନ୍ତି ଓ ଧନ ପ୍ରାପ୍ତିର ୭ଟି ଉପାୟ

ଘର, ଜୀବନ ଓ ମନର ଶାନ୍ତି ପାଇଁ ଆମେ ପ୍ରତିଦିନ ପରିଶ୍ରମ କରୁ। ତଥାପି ଆମେ ଚାପ ଓ ଅଶାନ୍ତିର ଶିକାର ହେଉ। ବିଶ୍ୱାସ କରାଯାଏ ନିମ୍ନଲିଖିତ ଉପାୟ ଗୁଡ଼ିକ ଅବଲମ୍ବନ କଲେ ଜୀବନରେ ପ୍ରେମ, ପଇସା, ଖୁସି ଓ ଶାନ୍ତ ବଜାୟ ରହେ। ୧. ସକାଳେ ଉଠି ଘରର ମାଲିକାଣୀ ପ୍ରଥମେ ଏକ ଗଡ଼ୁ ପାଣି ଘରର ମୁଖ୍ୟ ଦ୍ୱାରରେ ଢାଳିଲେ ଘରେ ମା’ ଲକ୍ଷ୍ମୀ ପ୍ରବେଶ କରିବାର ବାଟ ଖୋଲିଯାଏ ବୋଲି ବିଶ୍ୱାସ କରାଯାଏ। […]

home

home

Rakesh Mallick
  • Published: Friday, 16 June 2017
  • Updated: 16 June 2017, 10:04 AM IST

Sports

Latest News

ଘର, ଜୀବନ ଓ ମନର ଶାନ୍ତି ପାଇଁ ଆମେ ପ୍ରତିଦିନ ପରିଶ୍ରମ କରୁ। ତଥାପି ଆମେ ଚାପ ଓ ଅଶାନ୍ତିର ଶିକାର ହେଉ। ବିଶ୍ୱାସ କରାଯାଏ ନିମ୍ନଲିଖିତ ଉପାୟ ଗୁଡ଼ିକ ଅବଲମ୍ବନ କଲେ ଜୀବନରେ ପ୍ରେମ, ପଇସା, ଖୁସି ଓ ଶାନ୍ତ ବଜାୟ ରହେ।

୧. ସକାଳେ ଉଠି ଘରର ମାଲିକାଣୀ ପ୍ରଥମେ ଏକ ଗଡ଼ୁ ପାଣି ଘରର ମୁଖ୍ୟ ଦ୍ୱାରରେ ଢାଳିଲେ ଘରେ ମା’ ଲକ୍ଷ୍ମୀ ପ୍ରବେଶ କରିବାର ବାଟ ଖୋଲିଯାଏ ବୋଲି ବିଶ୍ୱାସ କରାଯାଏ।

୨.ପ୍ରତ୍ୟେକ ଅମାବାସ୍ୟାରେ ଘରକୁ ଭଲ ଭାବେ ସଫା କରନ୍ତୁ। ଅଦରକାରୀ ଜିନିଷଗୁଡ଼ିକୁ ବାହାର କରି ଦିଅନ୍ତୁ।

୩. ମାସକୁ ଦୁଇ ଅବା ତିନି ଥର ଘରେ ଝୁଣା ଦିଅନ୍ତୁ। ଘରେ ରୋଗବାଗ ପ୍ରବେଶ କରେ ନାହିଁ ବୋଲି ବିଶ୍ୱାସ କରାଯାଏ।

୪. କରଜ ବା ଋଣ ସମସ୍ୟାରେ ଘାଣ୍ଟି ହେଉଥିଲେ ଘରର ଏକ କୋଣରେ ଲାଲ ବଲ୍‌ବ ଜଳାନ୍ତୁ। ଏହାକୁ ସବୁବେଳେ ଜଳାଇ ରଖନ୍ତୁ।

୫. ଘରର ଆଲମାରୀର ମୁହଁକୁ ଉତ୍ତର ଦିଗକୁ ରଖନ୍ତୁ। ଏହା ଦ୍ୱାରା ଆୟ ବଢ଼େ ବୋଲି ବିଶ୍ୱାସ କରାଯାଏ।

୬. କୌଣସି ଏକ ସନ୍ଧ୍ୟାରେ କଞ୍ଚା ଗାଈ କ୍ଷୀରକୁ ଏକ ମାଟି ପାତ୍ରରେ ରଖି ନିଜର ସବୁଠୁ ସାନ ଛୁଆର ମୁଣ୍ଡରେ ସାତ ଥର ସ୍ପର୍ଶ କରନ୍ତୁ। ଏହା ପରେ ଏହାକୁ ନେଇ ଘର ବାହାରେ ରଖି ଦିଅନ୍ତୁ ଅବା କୌଣସି କୁକୁରକୁ ପିଇବାକୁ ଦିଅନ୍ତୁ।

୭. କୌଣସି କାର୍ଯ୍ୟରେ ଘରୁ ବାହାରିବା ବେଳେ ବିପରୀତ ଦିଗରେ ୪ ପାଦ ଯାଆନ୍ତୁ। ତା’ପରେ ନିଜ କାର୍ଯ୍ୟରେ ବାହାରି ଯାଆନ୍ତୁ। ଆପଣ ଆଶା କରିଥିବା କାର୍ଯ୍ୟଟି ନିଶ୍ଚିତ ସଂପନ୍ନ ହେବ ବୋଲି ବିଶ୍ୱାସ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos