ଘୋଡ଼ା ବଦଳାଇ ପାରିବ ଭାଗ୍ୟ: ଆପଣାନ୍ତୁ ୪ଟି ଉପାୟ

ସଫଳତା କାହାକୁ ବା ଦରକାର ନାହିଁ। ଜୀବନର ଏହି ସଂଘର୍ଷ କେବଳ ସଫଳତା ପାଇଁ। ସଫଳତା ପାଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ସତେ ଯେମିତି ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଆଗକୁ ବଢିବାକୁ ରେସ୍‌ରେ ଭାଗ ନେଇଛି। ସଫଳତା ପାଇଁ ଲୋକେ ବିଭିନ୍ନ ପ୍ରକାରର ବସ୍ତୁ ବି ଘରେ ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଖୋଡ଼ା ମୂର୍ତ୍ତି ଘରେ ରଖିଲେ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ଘରେ କେଉଁ ଦିଗରେ ଘୋଡ଼ା ରଖିଲେ […]

hourse

hourse

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 11:32 AM IST

Sports

Latest News

ସଫଳତା କାହାକୁ ବା ଦରକାର ନାହିଁ। ଜୀବନର ଏହି ସଂଘର୍ଷ କେବଳ ସଫଳତା ପାଇଁ। ସଫଳତା ପାଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ସତେ ଯେମିତି ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଆଗକୁ ବଢିବାକୁ ରେସ୍‌ରେ ଭାଗ ନେଇଛି। ସଫଳତା ପାଇଁ ଲୋକେ ବିଭିନ୍ନ ପ୍ରକାରର ବସ୍ତୁ ବି ଘରେ ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଖୋଡ଼ା ମୂର୍ତ୍ତି ଘରେ ରଖିଲେ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ଘରେ କେଉଁ ଦିଗରେ ଘୋଡ଼ା ରଖିଲେ ମିଳିବ ସଫଳତା।

୧. ଆପଣଙ୍କ କ୍ୟାରିୟରରେ ଉନ୍ନତି ଚାହୁଁଛନ୍ତି। ତେବେ ଘୋଡା ମୂର୍ତ୍ତିକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ। ଶୁଭ ଫଳ ପାଇବେ।

୨. ଅଫିସରେ କିମ୍ବା ବ୍ୟବସାୟରେ କ୍ଷତି ସହୁଥିଲେ ଘୋଡାର ଚିତ୍ର ରଖିପାରିବେ। ଅଫିସରେ ଘୋଡା ମୂର୍ତ୍ତି ରଖିବା ଲାଭଦାୟକ।

୩. ପେଙ୍ଗସୁଇରେ ଘୋଡାକୁ ନିଁଆର ଆଖ୍ୟା ଦିଆଯାଇଛି। ତେଣୁ ଲଗାମ ଲଗା ଘୋଡାର ମୂର୍ତ୍ତି ଘରେ ରଖନ୍ତୁ ନାହିଁ।

୪. ଘୋଡ଼ା ମୂର୍ତ୍ତି କେଉଁଠି ଓ କେଉଁ ଦିଗରେ ରଖଇବେ ଜାଣିପାରନାହାନ୍ତି। ବ୍ୟସ୍ତ ହେବାର କିଛି ନାହିଁ, ଘୋଡାର ମୁଁହକୁ ଝରକା ଓ କବାଟ ଆଡକୁ କରି ରଖନ୍ତୁ, ସଫଳତା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos