ଉଇଣ୍ଡ ଚାଇମ୍‌ସ ଟାଙ୍ଗନ୍ତୁ, ବଦଳି ଯିବ ଘରର ଭାଗ୍ୟ

ଉଇଣ୍ଡ ଚାଇମ୍‌ସ କ’ଣ ଜାଣିଛନ୍ତି ? ଏହା ଏକପ୍ରକାର ଘଣ୍ଟି, ଯାହାବୁ ଘରେ ଟଙ୍ଗା ଯାଇଥାଏ। ପବନରେ ଏହା ଝୁଣଝୁଣ ଶବ୍ଦ କରି ବାଜିଥାଏ। ଏହାକୁ ଘରେ ଟାଙ୍ଗିଲେ ବହୁତ ଶୁଭ ଫଳ ମିଳିଥାଏ। ପେଙ୍ଗୁସୁଇ ଅନୁସାରେ ଏହାର ପ୍ରଭାବରେ ନକରାତ୍ମକ ଶକ୍ତିଙ୍କର ଘରେ ପ୍ରବେଶ ହୋଇପାରି ନ ଥାଏ। ଏହାସହ ଘର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଭଲ ପ୍ରଭାବ ପକାଥାଏ। ଆସନ୍ତୁ ଜାଣିବା ଉଇଣ୍ଡ ଚାଙ୍ଗ ଘରର କେଉଁଠି ଟାଙ୍ଗିଲେ ଲାଭ ହୋଇଥାଏ। ଉଇଣ୍ଡ […]

wind-chime

wind-chime

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 03:19 PM IST

Sports

Latest News

ଉଇଣ୍ଡ ଚାଇମ୍‌ସ କ’ଣ ଜାଣିଛନ୍ତି ? ଏହା ଏକପ୍ରକାର ଘଣ୍ଟି, ଯାହାବୁ ଘରେ ଟଙ୍ଗା ଯାଇଥାଏ। ପବନରେ ଏହା ଝୁଣଝୁଣ ଶବ୍ଦ କରି ବାଜିଥାଏ। ଏହାକୁ ଘରେ ଟାଙ୍ଗିଲେ ବହୁତ ଶୁଭ ଫଳ ମିଳିଥାଏ। ପେଙ୍ଗୁସୁଇ ଅନୁସାରେ ଏହାର ପ୍ରଭାବରେ ନକରାତ୍ମକ ଶକ୍ତିଙ୍କର ଘରେ ପ୍ରବେଶ ହୋଇପାରି ନ ଥାଏ। ଏହାସହ ଘର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଭଲ ପ୍ରଭାବ ପକାଥାଏ। ଆସନ୍ତୁ ଜାଣିବା ଉଇଣ୍ଡ ଚାଙ୍ଗ ଘରର କେଉଁଠି ଟାଙ୍ଗିଲେ ଲାଭ ହୋଇଥାଏ।

windchimesଉଇଣ୍ଡ ଚାଙ୍ଗ ସାଧାରଣତଃ କାଠ, ମାଟି ଓ ବିଭିନ୍ନ ଧାତୁରେ ନିର୍ମିତ ହୋଇଥାଏ। ଏହାକୁ ଘରର ପଶ୍ଚିମ, ଉତ୍ତର-ପଶ୍ଚିମ କିମ୍ବା ଉତ୍ତର ଦିଗରେ ଟଙ୍ଗିଲେ ଶୁଭ ଫଳ ମିଳିଥାଏ।

ଘରର ପୂର୍ବ, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଦିଗରେ କାଠରେ ନିର୍ମିତ ଉଇଣ୍ଡ ଚାଇମ୍‌ସ ଟାଙ୍ଗନ୍ତୁ। ଦକ୍ଷିଣ-ପଶ୍ଚିମ, ଉତ୍ତର-ପୂର୍ବ ଓ ମଧ୍ୟ ଦିଗରେ ମାଟିରେ ନିର୍ମିତ ଘଣ୍ଟି ଟାଙ୍ଗିଲେ ମଧ୍ୟ ଭଲ ଫଳ ମିଳିଥାଏ।

ତେବେ ଏହି ଘଣ୍ଟି କିଣିବା ବେଳେ ଏହାର ଧ୍ୱନୀ ପରେ ଧ୍ୟାନ ଦିଅନ୍ତୁ। ଘଣ୍ଟିର ଧ୍ୱନୀ ମଧୁର ହୋଇଥିବା ଦରକାର। ଏହି ଘଣ୍ଟି ବାଜିଲେ ଘରୁ ନକାରତ୍ମକ ଉର୍ଜା ଓ ଅଶୁଦ୍ଧତା ଦୂର ହୋଇଥାଏ। ଘଣ୍ଟି ସାଧାରଣତଃ ୬, ୭ କିମ୍ବା ୮ଟି ଷ୍ଟିକ୍‌ର ହୋଇଥିବା ଜରୁରୀ। ୭ କିମ୍ବା ୮ ଷ୍ଟିକ୍‌ର ଘଣ୍ଟି  ଘରର ସୌଭାଗ୍ୟ ବଢାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos