ଏୟାର ଇଣ୍ଡିଆର ଫତୁଆ: ଗଣ୍ଡଗୋଳ କଲେ ୧୫ ଲକ୍ଷ ପର୍ଯ୍ୟନ୍ତ ଜରିମାନା

air-1

ନୂଆଦିଲ୍ଲୀ:ଏଣିକି ବିମାନରେ ବିଶୃଙ୍ଖଳା  ସୃଷ୍ଟି କଲେ  ତଣ୍ଡ ଗଣିବାକୁ ପଡ଼ିବ। ଏମିତି କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏୟାର ଇଣ୍ଡିଆ। ଗଣ୍ଡଗୋଳ ପାଇଁ ଯେତିକି ସମୟ ବିମାନ ଉଡ଼ାଣରେ  ବିଳମ୍ବ ହେବ, ସେହି ଅନୁଯାୟୀ ଜରିମାନା ଅଦାୟ କରିବ ଏୟାର ଇଣ୍ଡିଆ।  ଘଣ୍ଟାଏ ବିଳମ୍ବ ହେଲେ  ୫ ଲକ୍ଷ, ୨ ଘଣ୍ଟା ମଧ୍ୟରେ ୧୦ ଲକ୍ଷ   ଯଦି ୨ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ ତେବେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ହୋଇପାରେ।

ଶିବସେନା ଏମପିଙ୍କ  ରବୀନ୍ଦ୍ର ଗାଏକୱାର୍ଡ଼ଙ୍କ ଆକ୍ରମଣ ଘଟଣା ପରେ ଏଭଳି କଡ଼ା ପଦେକ୍ଷପ ଗ୍ରହଣ କରିଛି ଏୟାର ଇଣ୍ଡିଆ।  ପୂର୍ବରୁ ୨୦୧୫ରେ ୱାଇଏସଆର କଂଗେସ୍‌ର ଜଣେ ସାଂସଦ ଏୟାର ଇଣ୍ଡିଆ ଅଫିସରଙ୍କୁ ଅସଦାଚରଣ କରିଥିଲେ।  ସେହିପରି ଜଣେ ତ୍ୟୃଣମୂଳ କଂଗ୍ରେସ ନେତାଙ୍କ ପାଇଁ ମଧ୍ୟ ବହୁ ସମୟ ଧରି ବିମାନ ଉଡାଣରେ ବିଳମ୍ବ ହୋଇଥିଲା।  ଏଭଳି ଘଟଣା ବାରମ୍ବାର ଘଟିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ନାମରେ ପୋଲିସରେ ମାମଲା ରୁଜ୍ଜୁ କରାଯିବ ବୋଲି ଏୟାର ଇଣ୍ଡିଆର କର୍ତ୍ତୃପକ୍ଷ କହିଛନ୍ତି।

Previous ArticleNext Article

Leave a Reply

Your email address will not be published. Required fields are marked *