୧୧ ହଜାର କୋଟି ଟଙ୍କାର ଜାଲ କାରବାର, ୧୦ ନିଲମ୍ବିତ

punb-1

ମୁମ୍ବାଇ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଂଜାବ ନ୍ୟସନାଲ ବ୍ୟାଙ୍କରେ ବଡ ଧରଣର ଜାଲିଅାତି।  ପ୍ରାୟ ୧୧ ହଜାର ୩ଶହ କୋଟି ଟଙ୍କାର ଜାଲ କାରବାର ହୋଇଥିବା ପ୍ରାଥମିକ ଅାକଳନରୁ ଜଣାପଡିଛି ।  ମୁମ୍ବାଇର ପି.ଏନ.ବିର ଏକ ଶାଖାରେ ଏଭଳି ଜାଲିଅାତି ହୋଇଛି ।  ଏଥିରେ ଜଣାଶୁଣା ଜୁଏଲେରି ଡିଜାଇନର ନିରଭ ମୋଦିଙ୍କ ସମ୍ପୃକ୍ତି ରହିଛି।    କିଛି ନିର୍ଦ୍ଦିଷ୍ଟ ଜମାକାରୀଙ୍କୁ ସୁହାଇଲା ଭଳି ପିଏନବିର ମୁମ୍ବାଇ ଶାଖାରେ କାରବାର ହୋଇଥିଲା।   ଏହି କାରବାର ଅାଧାରରେ ଅନ୍ୟ ବ୍ୟାଙ୍କ ମାନେ ସେହି ଜମାକାରୀମାନଙ୍କୁ ଋଣ ଦେଇଥିବା ଜଣାପଡୁଛି ।  ଜାଲ କାରବାର ସମ୍ପର୍କରେ ଜଣାପଡିିବା ପରେ ପିଏନବି ପକ୍ଷରୁ  ଜଣେ ଡେପୁଟି ମ୍ୟାନେଜରଙ୍କ ସହ ୧୦ଜଣଙ୍କୁ ନିଲମ୍ବିତ କରାଯାଇଛି। ବ୍ୟାଙ୍କର ଅାର୍ଥିକ ସ୍ଥିତି ଉପରେ ଏହାର କ’ଣ ପ୍ରଭାବ ପଡିବ ସେ ନେଇ ବ୍ୟାଙ୍କ ପକ୍ଷରୁ କିଛି କୁହାଯାଇନାହିଁ । କିନ୍ତୁ ପିଏନବିର ସେୟାର ଖସି ଅାସିଥିଲା   ନିବେଶକମାନେ ପ୍ରାୟ ୩ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ସହିଥିବା ଜଣାପଡିଛି।

Previous ArticleNext Article

Send this to a friend