ବସ୍‌ ଦୁର୍ଘଟଣାର ହିରୋ ସାଜିଲେ ୧୦ ବର୍ଷର ରଣବୀର ସିଂହ, ବଞ୍ଚାଇଦେଲେ ୧୧ ଜୀବନ

ନୂଆଦିଲ୍ଲୀ: ରଣବୀର ସିଂହ। ବୟସ ୧୦ ବର୍ଷ। ହେଲେ ଏତେ କମ୍‌ ବର୍ଷରେ ସେଦିନ ସେ ଯେଉଁ ସାହସିକତାର ପରିଚୟ ଦେଖାଇଲେ ତାହା ଖୁବ୍‌ ପ୍ରଂଶସନୀୟ। ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ନୁରପୁରରେ ସୋମବାର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ହିରୋ ସାଜିଥିଲେ ରଣବୀର। ତାଙ୍କ ସାହସିକ ପଦକ୍ଷେପ ପାଇଁ ସେଦିନ ବହୁ  କୋମଳମତିଙ୍କ ଶିଶୁଙ୍କ ଜୀବନ ବଞ୍ଚିଯାଇଥିଲା।  କିନ୍ତୁ ୧୦ ବର୍ଷୀୟ ବାଳକ ରଣବୀର ଉପସ୍ଥିତ ବୁଦ୍ଧି ଯୋଗୁଁ ୧୧ପିଲାଙ୍କ ଜୀବନ ବଞ୍ଚିପାରିଥିଲା।

ସୂଚନା ଅନୁସାରେ ଦଶ ବର୍ଷର ରଣବୀର ସିଂ ‘ୱାଜିର ରାମ ସିଂ ପଠାନିଆ ମେମୋରିଆଲ ପବ୍ଲିକ୍‌ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର। ଘଟଣାଦିନ ବସ୍‌ଟି ସ୍କୁଲରୁ  ୪୫ ଜଣ ପିଲାଙ୍କୁ ନେଇ ଫେରୁଥିଲା। ବାଟରେ ଭାରସମ୍ୟ ହରାଇ ୨୦୦ ଫୁଟ ଏକ ଖାଇକୁ  ଖସିପଡିଥିଲା। ସେହି ସମୟରେ ରଣବୀର ବସ୍‌ ଭିତର ସିଟ୍‌ର କାଚ ଭାଙ୍ଗି ବସ୍‌ରୁ ପ୍ରଥମେ ଛିଟିକି  ତଳେ ପଡିଥିଲେ। ବସ୍‌ଟି ଖାଇରେ ଖସିଯିବା ପରେ ରଣବୀର ଗଛଡାଳ ସାହାଯ୍ୟ ନେଇ ପାହାଡ଼ ଚଢି ରାସ୍ତା ପର୍ଯ୍ୟନ୍ତ ଆସି ଜଣେ ବାଇକ୍‌ ଚାଳକଙ୍କୁ  ଦୁର୍ଘଟଣା ବିଷୟରେ କହିଥିଲେ।

ପରେ ଘଟଣା ସମ୍ପର୍କରେ ପ୍ରଶାସନ ଅବଗତ ହୋଇଥିଲା। ରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଆସି ଉଦ୍ଧାର କାର୍ଯ୍ୟ କରିପାରିଥିଲେ ଏବଂ  ଆହତଙ୍କୁ ହସ୍‌ପିଟାଲ ପହଞ୍ଚାଇଥିଲେ।  ରଣବୀରଙ୍କ ଏହି ସାହାସିକ କାର୍ଯ୍ୟ ପାଇଁ ତାଙ୍କୁ ହିମାଚଳ ଗୌରବ ଓ ରାଷ୍ଟ୍ରପତି ପୁରସ୍କାର ଦେବା ଲାଗି ସୁପାରିସ କରାଯିବ ବୋଲି ନୁରପୁରର ଭାଜପା ବିଧାୟକ ରାକେଶ ପଠାନିଆ କହିଛନ୍ତି। ସୂଚନା ଅନୁଯାୟୀ, ସୋମବାର ହିମାଚଳପ୍ରଦେଶର କାଙ୍ଗ୍ରା  ଜିଲ୍ଲା ନୂରପୁର ନିକଟରେ ଗୋଟିଏ ସ୍କୁଲ ବସ୍‌ ୨୦୦ ଫୁଟ୍‌ ତଳକୁ ଖସି  ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ୪୫ ଜଣ ଥିଲେ।

Previous ArticleNext Article

Send this to a friend