ବଳାତ୍କାରୀ ସାଧୁଙ୍କୁ ୧୦ ବର୍ଷ ସଜ୍ଜା: ସେନା ଛାଉଣି ସତ୍ତ୍ୱେ ପୁଣି ସମର୍ଥକଙ୍କ ପୋଡ଼ାଜଳା

baba-ram-rahim

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଡେରା ସଚ୍ଚା ସୌଦାର ମୁଖ୍ୟ ବାବା ଗୁରମିତ୍‌ ରାମ ରହିମଙ୍କ ବିରୋଧରେ ଆଜି ଦଣ୍ଡାଦେଶ ଶୁଣାଯାଇଛି। ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ରହିମଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆଇପିସିର ଧାରା ୩୭୬ ଏବଂ ୫୦୬ ଓ ଦଫା ୫୧୧ ଧାରାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରୋହତକ୍‌ସ୍ଥିତ ସୁନାରିଆ ଜିଲ୍ଲାର ଜେଲରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସିବିଆଇର ସ୍ୱତନ୍ତ୍ର ବିଚାରରପତି ଜଗଦୀପ ସିଂ ଏହି ରାୟ ଦେଇଛନ୍ତି। ଗତ ଶୁକ୍ରବାର ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ‌ଏହା ପରେ ବାବାଙ୍କ ଅନୁଗାମୀମାନେ ବ୍ୟାପକ ହିଂକାଣ୍ଡ ଘଟାଇଥିଲେ। ପୋଡ଼ାଜଳା ମଧ୍ୟ କରିଥିଲେ। ଏହି ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣାଦିନ ବାବାଙ୍କୁ ସ୍ବତନ୍ତ୍ର ହେଲିକପ୍ଟରରେ ରୋହତିକସ୍ଥିତ ଜେଲକୁ ଅଣାଯାଥିଲା।

ତେବେ ଆଜି ବାବାଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ଧାର୍ଯ୍ୟ ହୋଇଥିଲା।  ଅନ୍ୟପଟେ ଆଇନ ଶୃଙ୍ଖଳାକୁ ନଜରରେ ରଖି ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏପରିକି ହରିୟାଣାର ସିର୍ସାରେ ସେନା ଛାଉଣୀ କରାଯାଇଥିଲା। ଏତେ କଡ଼ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଆଜି ବାବାଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇଥିଲା। ଆଜି ବି ବାବାଙ୍କ ଅନୁଗାମୀ ଦୁଇଟି ଗାଡ଼ି ଜାଳି ଦେଇଛନ୍ତି। ଆଜି କୋର୍ଟରେ ଶୁଣାଣି ଚାଲୁଥିବା ବେଳେ ବାବା ରାମ ରହିମଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ  ସିବିଆଇ ଓକିଲ ଯୁକ୍ତି ରଖିଥିଲେ।

ସେପଟେ ବାବାଙ୍କ ଓକିଲ ଦଣ୍ଡ କୋହଳ ପାଇଁ ଯୁକ୍ତି ବାଢିଥିଲେ। ସୂଚନା ଅନୁଯାୟୀ ୨୦୦୨ରେ ବାବାଙ୍କ ବିରୋଧରେ ୨ ଜଣ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ପଞ୍ଚକୁଲାର ଆଶ୍ରମ ଭିତରେ ବାବା ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ହରିୟାଣାର ପଞ୍ଚକୁଲାର ସିବିଆଇ କୋର୍ଟରେ ଏହି ମାମଲା ବିଚରାଧୀନ ଥିବା ବେଳେ ୧୫ ବର୍ଷ ପରେ ଅର୍ଥାତ ଗତ ୨୫ ତାରିଖରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟବସ୍ତ କରିଥିଲେ। ଏହି ରାୟ ଆସିବା ପରେ ବାବାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ଅରାଜକତା ସୃଷ୍ଠି କରିଥିଲେ। ସମର୍ଥକମାନ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଲୋକଙ୍କ ଆକ୍ରୋଶରୁ ଗଣମାଧ୍ୟମ ବି ବାଦ ପଡ଼ିନଥିଲା।

ଆଜତକର ଓବି ଭ୍ୟାନକୁ ଜାଳିଦେବା ସହ ଏନଡିଟିଭିର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ ଗଣାମାଧ୍ୟମ ପ୍ରତିନିଧିମାନେ ଆହତ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ସେନାକୁ ଡାକିବାକୁ ପଡ଼ିଥିଲା। ଆଇନ ଶୃଙ୍କଳା ରକ୍ଷା ପାଇଁ ହରିୟାଣା ଓ ପଞ୍ଜାବ  ହାଇକୋର୍ଟ ହସ୍ତକ୍ଷେପ କରିଥିଲେ। ଆଜି ବାବାଙ୍କ ବିରୋଧରେ ଦଣ୍ଡଘୋଷଣା ହେବାକୁ ଥିବାରୁ ଆଇନଶୃଙ୍ଖଳା ଦୃଷ୍ଟିରେ ରଖି ଦେଖି ପଞ୍ଚକୁଲାର ସ୍ବତନ୍ତ୍ର ସିବିଆଇ କୋର୍ଟକୁ ବାବା ରହୁଥିବା ଜେଲକୁ ଆସିବାକୁ ପଡ଼ିଥିଲା। ରୋହତକ୍‌ସ୍ଥିତ ସୁନାରିଆ ଜିଲ୍ଲାର ଜେଲରେ ରହୁଥିବା  ଗୁରୁମୀତ୍‌ ରାମ ରହିମଙ୍କ  ନିକଟକୁ  ସ୍ୱତନ୍ତ୍ର ସିବିଆଇ ଜଜଙ୍କୁ  ଯିବାକୁ ପଡ଼ିଥିଲା।  ତେବେ ଆଜି ଶୁଣାଣି ବେଳେ ବିଚାରପତି ଶ୍ରୀ ସିଂହ  ଉଭୟ ପକ୍ଷରୁ ଓକିଲଙ୍କୁ ନିଜ ନିଜର ପକ୍ଷ ରଖିବା ପାଇଁ କୋର୍ଟ ୧୦-୧୦ ମିନିଟର ସୁଯୋଗ ଦେଇଥିଲେ।  ସିବିଆଇ ଓକିଲ ରାମରହିମଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ଅପିଲ କରିଥିଲେ। ମାତ୍ର ରାମ ରହିମଙ୍କ ଓକିଲ   ତାଙ୍କ ଦଣ୍ଡାଦେଶ କୋହଳ  କରିବା ପାଇଁ କୋର୍ଟରେ ଅପିଲ କରିଥଲେ।ଶେଷରେ ବିଚାରପତି ଶ୍ରୀ ସିଂହ ରାମ ରହିମଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।  ରାୟ ଶୁଣାଇବା ପୂର୍ବରୁ ରାମ ରହିମ ଅଦାଲତ ଭିତରେ ବିଚାରପତିଙ୍କ ଆଗରେ କାନ୍ଦିପକାଇଥିଲେ। ତାଙ୍କୁ କ୍ଷମା କରିବା ପାଇଁ ସେ ନିବେଦନ କରିଥିଲେ।

Previous ArticleNext Article

Send this to a friend