ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌, ୧୧ ଛାତ୍ରଛାତ୍ରୀ ମୃତ, ୮ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୁଶୀନଗରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଦହୀ ରେଲୱେ କ୍ରସିଙ୍ଗରେ ଏକ ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଇଛି ଟ୍ରେନ୍‌। ଏହି ଦୁର୍ଘଟଣାରେ ୧୧ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାସହିତ ୮ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍କୁଲ ଭ୍ୟାନ୍‌ରେ ୨୨ ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍କୁଲ ଭ୍ୟାନଟି ଏକ ଜଗୁଆଳି ବିହୀନ ଲେଭଲ କ୍ରସିଂ ପାର ହେଉଥିଲା। ଏହି ସମୟରେ ଏକ ଟ୍ରେନ ଭ୍ୟାନକୁ ଧକ୍କ ଦେଇଥିଲା।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ  ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତ ଓ ଆହତ ପିଲାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend