ବିଜେପି ଲହରରେ କଂଗ୍ରେସ ଗଡ଼ ଧ୍ୱଂସ: ଦେଶ ସ୍ୱାଧୀନ ହେବାପରେ ପ୍ରଥମଥର ହାରିଲା କଂଗ୍ରେସ

UP

ମୁମ୍ବାଇ: ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ନିର୍ବାଚନ ହାରିଲା କଂଗ୍ରେସ। ମହାରାଷ୍ଟ୍ରର ଲାତୁର, ଚନ୍ଦ୍ରପୁର ଓ ପର୍ଭାଣୀ ନଗରପାଳିକା ନିର୍ବାଚନରେ ବିଜେପିର ବାଜିମାତ। କଂଗ୍ରେସର ଗଡ଼ ଭାବେ ଜଣାଶୁଣା ଏହି ୩ଟି ନଗର ପାଳିକାରେ ପୂର୍ବରୁ ବିଜେପିର ନାଁ ଗନ୍ଧ ନିଥିବା ସ୍ଥଳେ ଏଥର ୩ଟିରୁ ୨ଟି ନଗର ପାଳିକାକୁ କବ୍‌ଜା କରିନେଇଛି ବିଜେପି। କଂଗ୍ରସର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ଗଡ଼ ଭାବେ ଏହି ଅଞ୍ଚଳ ପରିଚିତ, ତଥାପି ଏଥର ଫେଲ ମାରିଲା କଂଗ୍ରେସ।  ଲାତୁର୍‌ରେ ୭୦ଟି ସିଟ୍‌ରୁ ବିଜେପି ୪୧ଟିରେ ବିଜୟୀ ହୋଇଥିବା ବେଳେ ଚନ୍ଦ୍ରପୁରରେ ବିଜେପି ୬୬ଟିରୁ ୩୬ଟି ସିଟ୍‌ ପାଇଛି । କଂଗ୍ରେସ କେବଳ ପର୍ଭାଣୀରେ ବିଜୟୀ ହୋଇଛି।

Previous ArticleNext Article

Send this to a friend