୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ନାଟ: ସସ୍‌ପେନ୍ସ ଜାରି

new-2000

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହେବା ନେଇ ସୋସିଆଲ ମିଡିଆ ଓ ଆଉ କିଛି ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ପାଇଥିଲା। ଏନେଇ ଗତକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ ସରକାର ୨୦୦୦ ଟଙ୍କା ନୋଟ୍‌ ବନ୍ଦ କରିବା ନେଇ ଯେଉଁ ଗୁଜବ ପ୍ରସାରିତ ହେଛି ଏହା ସଂପୂର୍ଣ୍ଣ ମାତ୍ରାରେ ଭୁଲ୍‌। ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ନ ହେଲା ପର୍ଯ୍ୟନ୍ତ ଏହି ଗୁଜବକୁ ଭରସା କରନ୍ତୁ ନାହିଁ।”

ସୂଚନାଯୋଗ୍ୟ ସରକାର ଲୋକସଭାରେ କହିଥିଲେ ଯେ ମାର୍ଚ୍ଚ ୨୦୧୭ ମଧ୍ୟରେ ଦେଶରେ ଖୁଚୁରା ମୁଦ୍ରା ପ୍ରାୟ ୩୫୦୧ ଅରବ ଟଙ୍କା ଥିଲା। ଏହି ବୟାନ ଆଧାରରେ ଏସ୍‌ବିଆଇ କହିଥିଲା ଚଳିତବର୍ଷ  ୮ ଡିସେମ୍ୱର ପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୩,୩୨୪ ଅରବ ଟଙ୍କା ନୋଟ୍ ଅର୍ଥବ୍ୟବସ୍ଥାରେ ରହିଛି। ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ RBI ୮ ଡିସେମ୍ୱର ପର୍ଯ୍ୟନ୍ତ ୫୦୦ ଟଙ୍କା ୧୬୯୫.୭ କୋଟି ନୋଟ୍ ଓ ୨୦୦୦ ଟଙ୍କା ୩୬୫.୪ କୋଟି ନୋଟ୍‌ ଛାପିଛି। ଯାହାର ମୋଟ ମୂଲ୍ୟ ୧୫,୭୮୭ ଅରବ ଟଙ୍କା ବୃଦ୍ଧି ପାଇଛି।  ୮ ଡିସେମ୍ୱର ପର୍ଯ୍ୟନ୍ତ ଛପା ଯାଇଥିବା ନୋଟ୍‌ ସଂଖ୍ୟା ୧୫, ୭୮୭ ଅରବ ଟଙ୍କା ରହିଥିବା ବେଳେ ଅର୍ଥବ୍ୟବସ୍ଥାରେ ନୋଟ୍‌ ସଂଖ୍ୟା ୧୩,୩୨୪ ଅରବ ଟଙ୍କା ରହିଛି । ଏହାର ଅର୍ଥ ହେଉଛି ଆର୍‌ବିଆଇ ଆଉ ମଧ୍ୟ ୨୪୬.୩ କୋଟି ଟଙ୍କା ନୋଟ୍‌ ଛାପିଛି।

Previous ArticleNext Article

Send this to a friend