ପୂର୍ବ-ଉତ୍ତର ଭାରତରେ ଜଳ ପ୍ରଳୟ: ୨୩ ମୃତ, ଆସାମରେ ୪ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ-ଉତ୍ତର ଭାରତକୁ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ ଉତ୍ତର ଭାରତର କିଛି ରାଜ୍ୟରେ ବର୍ଷା ହେଉଛି। ପବନରେ ଆଦ୍ରତା ଆସିବାରୁ ଧୂଳିରେ ହସ୍ତସନ୍ତ ହେଉଥିବା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିଛି।

ଅନ୍ୟପକ୍ଷରେ ଆସାମରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି। ୬ ଜିଲ୍ଲାର ସାଢେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ୨୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗତକାଲି ବନ୍ୟା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନ୍‌ଡିଆରପିଏଫ୍‌ର ଟିମ୍‌ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ଅନୁସାରେ, ହୋଜେଇ, କର୍ବୀ ଆଙ୍ଗଲାଙ୍ଗ ପଶ୍ଚିମ, ଗୋଲାଘାଟ, କରିମଗଞ୍ଜ, ହେଲକାଣ୍ଡି ଓ କଚରା ଜିଲ୍ଲାର ୪ଲକ୍ଷ ୪୮ ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

ବ୍ରହ୍ମପୁତ୍ର ନଦୀ ଏବେ ଜୋରହାଟରେ ନିମାତିଘାଟ ଓ କଚାରରେ ଏପି ଘାଟ ନିକଟରେ ବିପଦସଙ୍କୁଳ ଉପରେ ପ୍ରଭାବିତ ହେଉଛି। ଧନସିରି ପରି ଅନ୍ୟ ନଦୀରେ ମଧ୍ୟ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି। ମଣିପୁରର ଇମ୍ଫାଲ୍ ଘାଟିରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। କେବେଳ ଲେଲେଙ୍ଗ ନଦୀ ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି।

Previous ArticleNext Article

Send this to a friend