ଭୋପାଳ ଗ୍ୟାସ୍‌ ଟ୍ରାଜିଡିକୁ ୩୩ ବର୍ଷ, ତଥାପି ସୁଧୁରିନି ପୀଡ଼ିତଙ୍କ ଅବସ୍ଥା

ଭୋପାଳ: ଭୋପାଳ ଗ୍ୟାସ୍ ଟ୍ରାଜିଡିକୁ ୩୩ ବର୍ଷ ପୁରିଛି। ୧୯୮୪ ଡିସେମ୍ବର ୩ ତାରିଖ ରାତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଭୟାବହତା ଆଜି ବି ପୀଡ଼ିତଙ୍କ ମନରୁ ଲିଭିନି । ପ୍ରାୟ ତିନି ଦଶନ୍ଧି ପରେ ବି ସେହି ଦିନର ଦୁର୍ଦଷ ଚିତ୍ରକୁ ଭୁଲି ପାରିନାହାନ୍ତି ପୀଡ଼ିତଙ୍କ ପରିବାରଲୋକେ।  ଆଜି ବି ପ୍ରଶାସନକୁ ଏଥିପାଇଁ ଦାୟୀ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନେ ପାଇପାରି ନାହାନ୍ତି ଅନୁକମ୍ପା ମୂଳକ ସହାୟତା ରାଶି। ଏପରିକି ମୃତାହତଙ୍କ ପରିବାରକୁ ପ୍ରତିଶ୍ରୁତି ମୁତାବକ ମିଳିପାରିନି ସହାୟତା।

ଭୋପାଳସ୍ଥିତ ରାସାୟନିକ ସାର କମ୍ପାନି  ୟୁନିଅନ୍ କାରାବାଇଟ୍ରେ ଘଟିଥିଲା ଏହି ଦୁର୍ଘଟଣା। ଯାହା ଦୋହଲାଇଦେଇଥିଲା ସାରା ବିଶ୍ୱକୁ । ବିଷାକ୍ତ ଟକ୍ସିକ୍ ଗ୍ୟାସ୍‌ ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ  ପ୍ରାଣ ହରାଇଥିଲେ ୩ ହଜାରରୁ ଅଧିକା ଲୋକ। କେବଳ ଯେ ଲୋକଙ୍କ ମୃତ୍ୟୁ ହୋଇଥିଲା ତାହା ନୁହେଁ, ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଶହ ଶହ ବ୍ୟକ୍ତି ଏହା ପ୍ରଭାବରେ ଏବେ ଭିନ୍ନକ୍ଷମ ଭାବେ  ଜୀବନ ଅତିବାହିତ କରୁଛନ୍ତି।

ମୃତକଙ୍କ ସ୍ମୃତିରେ ଆୟୋଜନ ହୋଇଛି ସ୍ମୃତି ସଭା।  ସେପଟେ ବିଭିନ୍ନ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ଆୟୋଜନ ହୋଇଛି  ମାରାଥନ୍ ରାଲି। ଯାହାକୁ ଘୋର ବିରୋଧ କରିଛନ୍ତି ପୀଡ଼ିତ ପରିବାର ଲୋକ।

Previous ArticleNext Article

Send this to a friend