ଆଜି ଏକାଥରକେ ୩୧ଟି ସାଟେଲାଇଟ୍ ଛାଡ଼ିବ ଇସ୍ରୋ

p-888

ନୂଆଦିଲ୍ଲୀ: ସାଟେଲାଇଟ୍ ଉତ୍‌କ୍ଷେପଣରେ ଅାଜି ଶତକ କରିବ ଭାରତୀୟ ଗବେଷଣା ସଂସ୍ଥା ଇସ୍ରୋ ।  ଇସ୍ରୋର ୧୦୦ତମ ସାଟେଲାଇଟ୍, ଅନ୍ୟ ୩୦ଟି ସାଟେଲାଇଟ୍ ସହ ଅାଜି PSLV-C40 ସାହାଯ୍ୟରେ ମହାକାଶକୁ ଛଡ଼ାଯିବ।   ଏଥିପାଇଁ ଅାରମ୍ଭ ହୋଇସାରିଛି କାଉଣ୍ଟ ଡାଉନ୍ ।  ଅାଜି ସକାଳ ୯ଟା ୨୮ ମିନିଟରେ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେବ PSLV-C40।  ଗୋଟିଏ ଥରରେ ଉତ୍‌କ୍ଷେପଣ ହେବାକୁ ଥିବା ମୋଟ ୩୧ଟି ସାଟେଲାଇଟ୍ ମଧ୍ୟରେ ଭାରତର କାଟ୍ରୋସାଟ୍-୨ ସିରିଜ୍‌ରେ ଗୋଟିଏ ସାଟେଲାଇଟ୍ ଏବଂ ଗୋଟିଏ ଲେଖାଏଁ ମାଇକ୍ରୋ ଓ ନାନୋ ସାଟେଲାଇଟ୍ ରହିଛି ।  ବାକି ୨୮ଟି ବିଦେଶୀ ସାଟେଲାଇଟ୍ କାନାଡ଼ା, ଫିନ୍ଲ୍ୟାଣ୍ଡ୍, ଫ୍ରାନ୍ସ, କୋରିଅା, ଇଂଲଣ୍ଡ ଓ ଅାମେରିକାର।  ଏହି ୩୧ଟି ଯାକ ସାଟେଲାଇଟ୍ର ମୋଟ ଓଜନ ପ୍ରାୟ ୧ ହଜାର ୩ଶହ ୨୩ କିଲୋଗ୍ରାମ ବୋଲି ସୂଚନା ମିଳିଛି।

ପାଣିପାଗ, ନେଟଓ୍ବର୍କ ମନିଟରିଂ ଅାଦି କ୍ଷେତ୍ରରେ ବେଶ୍ ସହାୟକ ହେବ କାର୍ଟୋସାଟ୍ ।  ଚଳିତବର୍ଷରେ ଭାରତର ଏହା ପ୍ରଥମ ମହାକାଶ ଅଭିଯାନ।   ପୂର୍ବରୁ ମଧ୍ୟ ଇସ୍ରୋ ପକ୍ଷରୁ ଏକାଥରକେ ମହାକାଶକୁ ଶହେରୁ ଅଧିକ ଉପଗ୍ରହ ସଫଳତାର ସହ ପଠାଯାଇଛି।   ତେବେ ଗତବର୍ଷ ଅଗଷ୍ଟ ୩୧ ତାରିଖରେ ପିଏସଏଲଭି-C39 ସାହାଯ୍ୟରେ IRNSS-1H ଉତ୍‌କ୍ଷେପଣ ବେଳେ ଏହା ବିଫଳ ହୋଇଥିଲ।

Previous ArticleNext Article

Send this to a friend