୪ ବିଏସ୍‌ଏଫ୍ ଯବାନ ସହିଦ

ceasfire

ନୂଆଦିଲ୍ଲୀ: ସୀମାରେ ପୁଣି ଯୁଦ୍ଧବିରତି ନିୟମ ଉଲ୍ଲଂଘନ କଲା ପାକିସ୍ତାନୀ ସେନା। ଜମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରର ଚମଲିୟାଲ ପୋଷ୍ଟରେ ପାକିସ୍ତାନୀ ସେନା ଗୁଳିମାଡ଼ କରିବାରୁ ବିଏସ୍‌ଏଫ୍‌ର ତିନି ଜଣ ଯବାନ ଓ ଜଣେ ଅଫିସର ସହିଦ ହୋଇଛନ୍ତି। ଆଉ ୫ ଜଣ ଯବାନ ଆହତ ହୋଇଛନ୍ତି।

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜତିନ୍ଦର ସିଂହ, ଆସିଷ୍ଟାଣ୍ଟ ସବ୍ ଇନ୍‌ସପେକ୍ଟର ରାମ ନିବାସ ଓ ଯବାନ ହଂସ ରାଜ ସହିଦ ହୋଇଛନ୍ତି। ଆଉ ଜଣେ ସବ୍ ଇନ୍‌ସପେକ୍ଟର ମଧ୍ୟ ସହିଦ ହୋଇଛନ୍ତି।

ରାମଗଡ଼ ସେକ୍ଟରର ଚମଲିୟାଲ ପୋଷ୍ଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ପାକିସ୍ତାନୀ ସେନା ପ୍ରଥମେ ଗୁଳିମାଡ଼ କରିଥିଲା। ବିଏସ୍‌ଏଫ୍ ଯବାନ ଏହାର ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ବୁଧବାର ଭୋର ସାଢ଼େ ୪ଟା ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା।

ଚଳିତ ମାସରେ ଅନ୍ତର୍ଜାତୀୟ ସୀମାରେ ଏହା ହେଉଛି ପାକିସ୍ତାନୀ ସେନାର ଦ୍ୱିତୀୟ ଯୁଦ୍ଧବିରତି ନିୟମ ଉଲ୍ଲଂଘନ। ମେ ୨୯ ତାରିଖରେ ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ (ଡିଜିଏମ୍‌ଓ) ସ୍ତରୀୟ ବୈଠକରେ ୨୦୦୩ ଯୁଦ୍ଧବିରତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ ହେଁ ପାକିସ୍ତାନ ପୁଣି ତା ପ୍ରତିଶ୍ରୁତିରୁ ଓହରି ଯାଇଛି। ଜୁନ୍ ୩ ତାରିଖରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ଦୁଇ ଜଣ ବିଏସ୍‌ଏଫ୍ ଯବାନ ସହିଦ ହୋଇଥିବା ବେଳେ ୧୦ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଅନ୍ତର୍ଜାତୀୟ ସୀମାର ପ୍ରଗୱାଲ, କାନାଚକ ଓ ଖୌର ସେକ୍ଟରେ ଏହି ଗୁଳିମାଡ଼ କରାଯାଇଥିଲା।

ଚଳିତ ବର୍ଷ ଏଯାବତ୍ ଅନ୍ତର୍ଜାତୀୟ ସୀମା (ଆଇବି) ଓ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପାକିସ୍ତାନୀ ସେନାର ଯୁଦ୍ଧ ବିରତି ନିୟମ ଉଲ୍ଲଂଘନ ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏମାନଙ୍କ ମଧ୍ୟରେ ୨୪ ଜଣ ସୁରକ୍ଷାକର୍ମୀ ରହିଛନ୍ତି।

Previous ArticleNext Article

Leave a Reply

Send this to a friend