ଜାମ୍ମୁ-କାଶ୍ମୀର ବାରମୂଳାରେ ଶକ୍ତିଶାଳୀ ବିସ୍ଫୋରଣ: ୪ ପୋଲିସ୍ ସହିଦ, ୨ ଗୁରୁତର

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ବାରମୂଳା ଜିଲ୍ଲାରେ ଶନିବାର ଅଘଟଣ ଘଟିଛି। ଶକ୍ତିଶାଳୀ ବିସ୍ଫୋରଣରେ ଜାମ୍ମୁ କାଶ୍ମୀର ପୋଲିସର ଚାରିଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଏଥିସହ ୨ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୋପୋର ଟାଉନରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା  ବିସ୍ପୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ସେଠାରେ ଥିବା ତିନିଟି ଦୋକାନ ପୁରା ଧ୍ୱଂସ ହୋଇଯାଇଛି ।  ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ବିସ୍ଫୋରଣ ପରେ ପୁରା ସୋପର ଟାଉନକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି ।

ଗତକାଲି ସୀମାରେ ବିସ୍ପୋରକ ସାମଗ୍ରୀଥିବା ଖବର ପାଇ ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା   ଅପରେସନ ବେଳେ କିଛି ବିସ୍ଫୋରକ ଓ ବୋମାକୁ ସେନା ନିଷ୍କ୍ରିୟ କରିଥିଲା  କିଛିଦିନ ତଳେ ଆତଙ୍କବାଦୀଙ୍କ ଆକ୍ରମଣରେ ପୁଲୱାମାର ସିଆରପିଏଫ ଟ୍ରେନିଂ ସେଣ୍ଟରରେ ଓଡିଆ ଯବାନ ପ୍ରଦୀପ ପଣ୍ଡାଙ୍କ ସହ ୫ଜଣ ସହିଦ ହୋଇଥିଲେ ।

Previous ArticleNext Article

Send this to a friend