ଘାଟି ତଳକୁ ଖସି ପଡ଼ିଲା ବସ୍‌: ୪୦ ମୃତ

111

ଡେରାଡୁନ୍: ଘାଟି ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର ପାଉରି ଗରୱାଲ୍‌ ଜିଲ୍ଲାର ନୈନିଡ଼ଣ୍ଡା ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି। ପୋଲିସ୍ ଓ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

nnବସ୍‌ଟି ରାମନଗରରୁ ଭୋଆନ ଅଭିମୁଖେ ଯାଉଥିଲା। ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତରେ କେତେ ଯାତ୍ରୀ ଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଧିକାଂଶ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

33

ଆହତମାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଦୁଃଖ ପ୍ରକାଶ କରିଛନ୍ତି।

 

Previous ArticleNext Article

Send this to a friend