ଇଣ୍ଡିଗୋର ୪୭ଟି ବିମାନ ଉଡାଣ ବାତିଲ

Indigo

ନୂଆଦିଲ୍ଲୀ: ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ କରି ଦିଯାଇଛି ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି

ଗତକାଲି ଇଣ୍ଡିଗୋର ଏକ ବିମାନ ବୈଷୟିକ ତ୍ରୁଟି ଯୋଗୁଁ ୪୦ମିନିଟ ପରେ ପୁଣି ଫେରି ସିଥିଲା ବିମାନଟି ଅହମ୍ମଦାବାଦରୁ ଲକ୍ଷ୍ମୌ ଯାଉଥିଲା ଏହି ଘଟଣାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ବିଭାଗ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଇଣ୍ଡିଗୋର ୮ଟି ଓ ଗୋ ଏୟାରର ୩ଟି ବିମାନର ଉଡାଣ ଉପରେ କଟକଣା ଜାରି କରାଯାଇଛି

ପୂର୍ବରୁ ଇଣ୍ଡିଗୋର ୩ଟି A320 ବିମାନକୁ ସମାନ କାରଣ ଦର୍ଶାଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କଟକଣା ଜାରି କରାଯାଇଥିଲା ସୂଚନାଯୋଗ୍ୟ, ଇଣ୍ଡିଗୋ ପକ୍ଷରୁ ଦୈନିକ ଏକ ହଜାରରୁ ଅଧିକ ବିମାନ ଚଳାଚଳ ହୋଇଥାଏ

Previous ArticleNext Article

Send this to a friend