ଧୁମ୍‌ ମଚାଇ‍ବ “5ଜି” : ହାତ ମୁଠାରେ ରହିବ ଦୁନିଆ

5g network 1

ଆଜିକା ସମୟରେ ଇଣ୍ଟରନଟ୍‌ ବିନା ଗୋଟିଏ ପାଦ ଆଗକୁ ଯିବା ଅସମ୍ଭବ। ଦିନକୁ ଦିନ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍ ଅପରେଟରମାନେ ଗ୍ରାହକଙ୍କୁ ନୂଆ ନୂଆ ଭେଟି ଦେଉଛନ୍ତି ଏହା ଭିତରେ ଗ୍ରାହକଙ୍କ ପାଇଁ ପୁଣି ଏକ ଖୁସି ଖବର ଆଣୁଛନ୍ତି ଟେଲିକମ୍ କମ୍ପାନୀ। ଅତିଶୀଘ୍ର ବଜାରକୁ ଆସିବ “5ଜିଇଣ୍ଟରନେଟ୍ ସେବା ୫ଜି କୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ୫ଜିରେ ଇଣ୍ଟରନେଟ୍ ସ୍ପିଡ଼୍ ସହ ଆଉ କେଉଁ ସୁବିଧା ରହିବ ଆସନ୍ତୁ ଜାଣିବା

କଣ ଏହି ୫ଜି

ପଞ୍ଚମ ଜେନେରଶନ ବା ୫ଜି ଏକ ଟକ୍ନୋଲୋଜି ଆମେ ବ୍ୟବହାର କରୁଥିବା ୪ଜି ୧ଜିବିପିଏସ୍ ସ୍ପିଡ଼ରେ ଚାଲୁଥିବବେଳେ ୫ଜିରେ ୨୦ ଜିବିପିଏସ୍ ସ୍ପିଡ଼ର ଫାଇଦା ଉଠାଇପାରିବେ ଗ୍ରାହକ

ଆମେ ଏବେ ବ୍ୟବହାର କରୁଥିବା ୪ଜି ଇଣ୍ଟରନେଟ୍‌ରେ ୧୦ ମିନିଟ୍‌ରେ ଗୋଟିଏ ଏଚ୍‌ଡ଼ି ଫିଲ୍ମ ଡ଼ାଉନଲୋଡ଼୍‌ ହୋଇଥିଲା। ତେବେ ୫ଜିରେ ୩ଘଣ୍ଟାର ଫିଲ୍ମ ୧ସେକେଣ୍ଡରେ ଡାଉନଲୋଡ୍‌ ହୋଇପାରିବ କାରଣ ୫ଜିରେ ଡାଟା ଟ୍ରାନ୍ସଫର ବିଜୁଳି ବେଗରେ ଗତି କରିଥାଏ ୫ଜିର ବ୍ୟବହାର ଫଳରେ ପୂରା ଦୁନିଆ ସହ ଆପଣ ତାଳ ଦେଇ ଚାଲିପାରିବେ। ନିଜର ଘରର ସୁରକ୍ଷା ସେନ୍ସର ନେଟୱର୍କ ମାଧ୍ୟମରେ କରିପାରିବେ।

୨୦୧୯ ସୁଦ୍ଧା ୫ଜି ନେଟୱର୍କର ଫାଇଦା ଉଠାଇପାରିବେ ଗ୍ରାହକ। ତେବେ କୋରିଆନ କମ୍ପାନୀ କେ.ଟି କ୍ରପ ୨୦୧୮ ଶୀତକାଳୀନ ଅଲମ୍ପିକ ପୂର୍ବରୁ ୫ଜିକୁ ବଜାରକୁ ଛାଡ଼ିବା ନେଇ ଘୋଷଣା କରିଛି। କିନ୍ତୁ ୫ଜି ପାଇଁ ନେଟୱର୍କ ଦୁର୍ବଳ ହୋଇପାରେ, ଯାହାଫଳରେ କଲ୍ଡ଼୍ରପ ଭଳି ଅସୁବିଧା ଦେଖାଯିବ।ର ସମ୍ଭାବନା ରହିଛି।  

ତେବେ ୫ଜି ସ୍ପେକ୍ଟ୍ରମ ନିଲାମି ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ତେଣୁ ଅତିଶୀଘ୍ର ୫ଜି ଭାରତରେ ପ୍ରବେଶ କରିବା ନେଇ ସମସ୍ତେ ଆଶାବାଦୀ।

Previous ArticleNext Article

Send this to a friend