ଖବର କାଗଜ ଅଫିସ୍‌ରେ ଗୁଳିମାଡ଼, ୫ ମୃତ

ୱାଶିଂଟନ୍‌:ଆମେରିକାର ମେରିଲ୍ୟାଣ୍ଡ ରାଜ୍ୟର ଏନାପୋଲିସ ସ୍ଥିତ କ୍ୟାପିଟାଲ ଗେଜେଟ୍‌ ନାମକ ଏକ ଖବର କାଗଜ କାର୍ଯ୍ୟାଳୟରେ ଗୁରୁବାର ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁ ସଂଖ୍ୟା ଆଉ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି।

ସ୍ଥାନୀୟ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତକାଲି  ବନ୍ଧୁକଧାରୀମାନେ ହଠାତ୍‌ ନ୍ୟୁଜ୍‌ରୁମ୍‌ ବାହାରେ ଗୁଳି ଚଳାଇଥିଲେ। ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ। କିଛି ସ୍ଥାନୀୟ ଲୋକେ ଏପରି କାଣ୍ଡ ଘଟାଇ ଥାଇପାରନ୍ତି। ଫେଡରାଲ  ବ୍ୟୁରୋ ଅଫ୍  ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (FBI) ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଏହି ଘଟଣାକୁ ନେଇ କ୍ୟାପିଟାଲ ଗେଜେଟ୍‌ର ଏକ ରିପୋର୍ଟର ଫିଲ୍‌ ଡେଭିସ୍‌ କହିଛନ୍ତି,“ ଏପରି ଗୁଳି ବର୍ଷା କରାଯାଇ ଅନେକ ଲୋକଙ୍କୁ  ଲହୁଲୁହାଣ କରି ଦିଆଯାଇଛି। ଏଭଳି ଘଟଣାଠାରୁ ଭୟାନକ ଆଉ କ’ଣ ହୋଇପାରେ? ଡେସ୍କରେ ବସି କାମ କରୁଥିବା ବେଳେ ଆମ ଆଗରେ ଫାୟାରିଂ ହେଲା ଓ ଲୋକଙ୍କୁ ମାରି ଦିଆଗଲା।”

ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କୁ ଏହି ଘଟଣା ସମ୍ପର୍କରେ ସୂଚିତ କରାଯାଇଥିବା ହ୍ୱାଇଟ୍ ହାଉସ୍‌ରେ ପକ୍ଷରୁ କୁହାଯାଇଛି।

 

Previous ArticleNext Article

Send this to a friend