ଭାରତରେ ୫୮% ଶିଶୁଙ୍କ ଶରୀରରେ କମ୍ ରକ୍ତ

child

ନୂଆଦିଲ୍ଲୀ: ଭାରତରେ ଅଧାରୁ ଅଧିକ ଶିଶୁ ରକ୍ତହୀନତାରେ ପୀଡ଼ିତ। ଫେମିଲି ହେଲ୍‌ଥ ସର୍ଭେରୁ ଜଣାପଡ଼ିଛି ଦେଶର ୫ବର୍ଷରୁ କମ୍‌ ବୟସର ୫୮ ପ୍ରତିଶତ ଶିଶୁ ଏହି ରୋଗରେ ପୀଡ଼ିତ। ଏଥିଯୋଗୁଁ ସେମାନଙ୍କ ରକ୍ତରେ ହିମଗ୍ଲୋବିନ୍‌ର ପରିମାଣ କମ୍‌ ରହୁଛି। ସେମାନେ କ୍ଳାନ୍ତ ଅନୁଭବ କରୁଛନ୍ତି। ସହଜରେ ସଂକ୍ରମଣର ଶିକାର ହେଉଛନ୍ତି। ରକ୍ତହୀନତା ସେମାନଙ୍କ ମସ୍ତିଷ୍କର ବିକାଶକୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ।

ଏହି ସର୍ଭେ ୨୦୧୫-୧୬ ବର୍ଷରେ ୬ଲକ୍ଷ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ସହି ସମାନ ବୟସର ୩୮% ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ସନ୍ତୋଷଜନକ ନୁହେଁ। ୩୬ % ଶିଶୁଙ୍କର ବୟସ ଅନୁସାରେ ଯେତିକି ଓଜନ ରହିବା କଥା ସେତିକି ନାହିଁ।

୨୦୧୧ ଜନଗଣନା ବେଳେ କୁହାଯାଇଥିଲା ଯେ ୨୦୧୫ ସୁଦ୍ଧା ଭାରତରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ସଂଖ୍ୟା ୧୨.୪ କୋଟିରେ ପହଞ୍ଚିବ। ସେହି ଅନୁସାରେ ୧୨.୪ କୋଟି ଶିଶୁଙ୍କ ମଧ୍ୟରୁ ୭.୨ କେ।ଟି ରକ୍ତହୀନତାର ଶିକାର ହୋଇଛନ୍ତି। ୨୦୦୫-୦୬ରେ ଏନେଇ ଯେଉଁ ସ୍ଥିତି ଥିଲା ସେଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

Previous ArticleNext Article

Send this to a friend