ଭାରତୀୟ ସେନା ଗୁଳିରେ ୭ ପାକିସ୍ତାନୀ ଯବାନ ମୃତ

jammu-1_ge_300916

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେଖାରେ ଲଗାତାର ସଂଘର୍ଷ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ସୀମାରେ ହୋଇଥିବା ଗୁଳି ବିନିମୟରେ ପାକିସ୍ତାନର ୭ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଖବର ପାକିସ୍ତାନ ସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।

ପିଓକେରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ପରଠାରୁ ପାକିସ୍ତାନ ତରଫରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି। ଗତକାଲି ଏଲଓସିର ବିମ୍ବର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଇଥିଲା। ସମାନ ଧରଣର ଅସ୍ତ୍ରରେ ଏହାର ଦୃଢ ଜବାବ ଭାରତୀୟ ସେନା ଦେଇଥିଲା। ଏଥିରେ ପାକିସ୍ତାନ ସେନାର ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend