ଧୂଳିଝଡ଼ର ତାଣ୍ଡବ: ୭୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଓ ପଶ୍ଚିମ ଭାରତରେ ତାଣ୍ଡବ ପ୍ରଳୟଙ୍କାରୀ ଧୂଳିଝଡ଼ରେ ୭୨ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ କେବଳ ଆଗ୍ରାରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଜନୋରରେ ୩ ଜଣ, ସାହାରନପୁରରେ ୨ଜଣ ଓ ବରେଲି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରାଜସ୍ଥାନରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଭରତପୁର ଜିଲ୍ଲାର ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ସ୍ଥାନରେ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜସ୍ଥାନର ଧୋଲପୁର, ଅଲୱାର, ଭରତପୁର ଜିଲ୍ଲାରେ ଭୀଷଣ ଧୂଳିଝଡ଼ ହୋଇଛି। ପ୍ରବଳ ବେଗରେ ପବନ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯିବା ସହ ଗଛ ଉପୁଡ଼ି ଯାଇଛି।  ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯିବାରୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ସେପଟେ ଉତ୍ତରାଖଣ୍ଡରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।

Previous ArticleNext Article

Send this to a friend