ଖେଳନା ଭାବି ଛୁଆକୁ ଦେଇଥିଲେ ବନ୍ଧୁକ: ଫୁଟିଲା ଗୁଳି, ତା’ପରେ…

ନୂଆଦିଲ୍ଲୀ: ଘର ପାଖ ବଗିଚାରୁ ଜଣେ ମହିଳା ଏକ ପିସ୍ତଲ ପାଇଥିଲେ। ଏହାକୁ ଖେଳନା ପିସ୍ତଲ ଭାବି ଝିଅକୁ ଖେଳିବାକୁ ଦେଇଥିଲେ। ଝିଅଟି ପିସ୍ତଲଟିକୁ ଧରି ଖେଳୁ ଖେଳୁ ହଠାତ ଗୁଳି ଫୁଟାଇ ଦେଇଥିଲେ। ଏହାପରେ ଜଣାପଡ଼ିଥିଲା ଉକ୍ତ ପିସ୍ତଲଟି କୌଣସି ଖେଳନା ନଥିଲା। ଏହା ଥିଲା ଏକ ଅସଲି ପିସ୍ତଲ। ତେବେ ଝିଅ ଗୁଳି ଫୁଟାଇବା ପରେ ଯାହା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଗୁଳିଟି ଯାଇ ତା’ର ମାଆଙ୍କ ଦେହରେ ବାଜିଥିଲା। ଏହାପରେ ଘରେ କାନ୍ଦବୋବାଳି ପଡ଼ି ଯାଇଥିଲା। ଏପରି ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଘଟିଛି।

ପୋଲିସ ସୂତ୍ରରୁ ପ୍ରକାଶ, ରବିବାର ସକାଳେ ଆରାମବାଗର ଖାନକୁଲ ଅଞ୍ଚଳର କାକୋଲି ଜନ୍‌ ବଗିଚାରୁ ଏକ ପିସ୍ତଲ ପାଇଥିଲେ। ଖେଳନା ଭାବି ଝିଅକୁ ଦେଇଥିଲେ। ଝିଅ ଖେଳରେ ଖେଳରେ ମାଆକୁ ଲକ୍ଷ୍ୟ କରି ଗୁଳି ମାରି ଦେଇଥିଲେ। ଗୁଳିଟି କାକୋଲିଙ୍କ ପିଠିରେ ବାଜିଥିଲା। ତାଙ୍କୁ ଆରାମବାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଘଟଣା କେମିତି ଘଟିଲା ସେ ସମ୍ପର୍କରେ ପୋଲିସ୍‌ ମହିଳାଙ୍କ ଝିଅକୁ ପଚରାଉଚରା କରୁଛି।

Previous ArticleNext Article

Send this to a friend