ନୂଆ ଚାକିରି ସନ୍ଧାନରେ ଥିଲେ, ହଠାତ୍‌ କୋଟିପତି ହୋଇଗଲେ

money

ଥିରୁଅନନ୍ତପୁରମ୍‌: କୁହାଯାଏ ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ତେବେ ଏମିତି ଘଟଣା ସବୁ ଦିନେ ଦେଖିବାକୁ ମିଳେନି କି ସମସ୍ତଙ୍କ ସହିତ ଏହା ଘଟେନି। କିନ୍ତୁ କେରଳ ଜଣେ ଯୁବକ ଭାରି ଭାଗ୍ୟବାନ। କାରଣ ତାଙ୍କ କ୍ଷେତ୍ରରେ ଏମିତି ଘଟିଛି। ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି।

ଏହି ଯୁବକ ଜଣଙ୍କ ହେଉଛନ୍ତି ତୋଜୋ ମାଥ୍ୟୁ। ବୟସ ୩୦। ଘର କେରଳର କୁଟ୍ଟନାଦରେ। ଆବୁଧାବିରେ ସେ ସିଭିଲ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ସେ ସେଠାରେ ୬ ବର୍ଷ ଥିଲେ। ତେବେ କିଛି ଦିନ ତଳେ ସେ ଚାକିରି ଛାଡ଼ି ଦେଇଥିଲେ ଏବଂ ଭାରତ ଚାଲି ଆସିଥିଲେ। ସ୍ୱଦେଶ ଫେରି ଆସି ସେ ନୂଆ ଚାକିରି ସନ୍ଧାନରେ ଥିଲେ। ତେବେ ଜୁନ୍ ୨୪ ତାରିଖରେ ଭାରତ ଫେରିବା ବେଳେ ଆବୁଧାବି ବିମାନବନ୍ଦରରୁ ସେ ଏକ ଲଟେରୀ ଟିକେଟ୍ କିଣିଥିଲେ। ଆଉ ଏହି ଲଟେରୀ ଟିକେଟ୍ ଏବେ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ଏହି ଲଟେରୀରୁ ସେ ୭ ମିଲିୟମ ଡଲାର ଜିତିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୩ କୋଟି ୧୦ ଲକ୍ଷ ୪୫ ହଜାର ୧୪୪ ଟଙ୍କା।

ତୋଜୋ ଏହି ଲଟେରୀ ଜିତିବା ପରେ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି।  ତାଙ୍କ ମାଆ କହିଛନ୍ତି,“ମୋର ତିନି ପୁଅ ମଧ୍ୟରୁ ତୋଜୋ ଏବଂ ଟିଟୋ ଆବୁଧାବିରେ ସିଭିଲ୍‌ ସୁପର୍‌ଭାଇଜର୍‌ ଭାବେ କାମ କରୁଥିଲେ। ଏକ ଘର ତିଆରି କରିବା ପାଇଁ ତୋଜୋଙ୍କର ଇଚ୍ଛା ଥିଲା। ଏହି ଲଟେରୀ ଟଙ୍କାରେ ତାର ସ୍ୱପ୍ନ ପୂରଣ ହେବ।”
ଲଟେରୀରେ ଏତେ ପରିମାଣରେ ଅର୍ଥ ଜିତିବାରେ ଏହା ପ୍ରଥମ ଘଟଣା ନୁହେଁ।  ଏହା ପୂର୍ବରୁ ଦୁବାଇରେ ଜଣେ ଭାରତୀୟ ୧୨ ମିଲିୟନ୍‌ ଡଲାର ଜିତି ଥିଲେ।

Previous ArticleNext Article

Leave a Reply

Send this to a friend