ହାତ ମିଶାଇଲେ ୨ ପାରମ୍ପରିକ ଶତ୍ରୁ ରାଷ୍ଟ୍ର: ଉତ୍ତର ଏବଂ ଦକ୍ଷିଣ କୋରିଆ ହେବ ପରମାଣୁ ମୁକ୍ତ ଦେଶ  

ନୂଆଦିଲ୍ଲୀ: ଉତ୍ତର ଏବଂ ଦକ୍ଷିଣ କୋରିଆର ରାଷ୍ଟ୍ରମୁଖ୍ୟ ଦ୍ୱୟଙ୍କ ଶିଖର ଐତିହାସିକ ବୈଠକ ପରେ ଏବ ଚାରିଆଡେ ଖୁସିର ବାତାବରଣ ଦେଖିବାକୁ ମିଳିଛି। କାରଣ ଦୀର୍ଘ ୬୫ବର୍ଷ ଶତ୍ରୁତାର ଅନ୍ତ ହେବାକୁ ଯାଉଛି। ଉତ୍ତର କୋରିଆ ଶାସକ କିମ୍‌-ଜଙ୍ଗ-ଉନ୍‌ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରମୁଖ ମୁନ୍‌ ପରସ୍ପର ସହ ହାତ ମିଳାଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି।

ବୈଠକରେ ନିରସ୍ତ୍ରୀକରଣ, ପରମାଣୁ ମୁକ୍ତ ଦେଶକୁ ନେଇ ଯେଉଁ ଦାବି ଉଠିଥିଲା ତାକୁ ଉଭୟ ଦେଶ ସ୍ୱୀକାର କରିଛନ୍ତି ଏବଂ ଶାନ୍ତି ପ୍ରକିୟାକୁ ଆପଣାଇ ଦେଶକୁ ପରମାଣୁ ମୁକ୍ତ କରି ଗଢିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି  ବୈଠକ ପରେ ଦୁଇ ରାଷ୍ଟ୍ରମୁଖ ପରସ୍ପରକୁ ଆଲିଙ୍ଗନ କରି ବନ୍ଧୁତା ସୃଷ୍ଟି କରିଛନ୍ତି । ଶାନ୍ତି ପ୍ରକ୍ରିୟା ନେଇ ଐତିହାସିକ ଘୋଷଣା କରିବା ପରେ ଆମେରିକା, ଚୀନ୍‌, ଜାପାନ ଓ ରୁଷ୍‌ ସମେତ ବିଭିନ୍ନ ରାଷ୍ଟ୍ର ଏହାକୁ ସ୍ୱାଗତ କରିଛନ୍ତି। ବିଶ୍ୱ ଶାନ୍ତି ଓ ନିରସ୍ତ୍ରୀକରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି।

Previous ArticleNext Article

Send this to a friend