ମତେ ନ୍ୟାୟ ଦିଅ…ଭାଇର ମୃତ୍ୟୁ ପରେ ୨ ବର୍ଷ ହେଲା ଧାରଣାରେ ଶ୍ରୀଜିତ୍‌

kerala

ନୂଆଦିଲ୍ଲୀ: ୨ ବର୍ଷ ହେଲା ଧାରଣା ଜାରି  ରଖିଛନ୍ତି କେରଳର ଜଣେ ଯୁବକ ଶ୍ରୀଜିତ୍ ।  ଥିରୁବନନ୍ତପୁରମ୍ ସେକ୍ରେଟାରିଏଟ୍ ଆଗରେ ସେ ଧାରଣା ଦେଇଛନ୍ତି ।  ୨୦୧୪ରେ ପୋଲିସ ହାଜତରେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା।  ଚୋରି ଅଭିଯୋଗରେ ପୋଲିସ ଶ୍ରୀଜିତଙ୍କ ଭାଇଙ୍କୁ ବାନ୍ଧି ନେଇଥିଲେ।   ହେଲେ ହାଜତ ଭିତରେ ସନ୍ଦେହ ଜନକ ଭାବେ ହୋଇଥିଲା ମୃତ୍ୟୁ। ଘଟଣାର ତଦନ୍ତ କରି ପ୍ରକୃତ ତଥ୍ୟ ଦାବିରେ ୨ ବର୍ଷ ହେଲା ଧାରଣା ଦେଇଛନ୍ତି ଶ୍ରୀଜିତ୍ ।

ପୋଲିସ ନିର୍ଯାତନାରୁ ଭାଇର ମୃତ୍ୟୁ  ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରୀଜିତ।   ଯଦିଓ ସରକାର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି, ତେବେ ନ୍ୟାୟ ଦାବିରେ ଧାରଣା ଜାରି ରଖିଛନ୍ତି ଶ୍ରୀଜିତ୍।   ପ୍ରଥମେ ତାଙ୍କ ଧାରଣାକୁ କେହି ଏହାକୁ ଧ୍ୟାନ ଦେଇ ନ ଥିଲେ।   ପୋଲିସ କି ସରକାର ମଧ୍ୟ ଆଦୌ ଧ୍ୟାନ ଦେଇ ନ ଥିଲେ ।  ହେଲେ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଶ୍ରୀଜିତଙ୍କ ପ୍ରତି ଲୋକଙ୍କ ସମର୍ଥନ ଓ ସମବେଦନା ବଢ଼ିଛି ।  ବହୁ ଲୋକ ତାଙ୍କୁ ସାକ୍ଷାତ କରି ସମର୍ଥନ ଜଣାଇଛନ୍ତି  ।

Previous ArticleNext Article

Send this to a friend