ରାଜନୀତିରେ ବିଧିବଦ୍ଧ ପାଦ ଥାପିଲେ କମଲ ହାସନ: ପହଞ୍ଚିଲେ ଏପିଜେ କଲାମଙ୍କ ଘରେ

kamal-haasan

ରାମେଶ୍ୱରମ୍‌: ଆଜିଠାରୁ ବିଧିବଦ୍ଧ ଭାବେ ରାଜନୀତିରେ ପାଦ ଦେଇଛନ୍ତି ପ୍ରସିଦ୍ଧ ସିନେ ଷ୍ଟାର କମଲ ହସନ। ସେ ଆଜି ତାଙ୍କ ଦଳର ନାଁ ଓ ଏହାର ବିଚାରଧାରା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ। ଏଥିପାଇଁ ଆଜି ସେ ଏକ ଶୋଭାଯାତ୍ରା କରୁଛନ୍ତି। ସକାଳ ପ୍ରାୟ ୭ଟାରେ କମଲ ରାମେଶ୍ୱରମ୍‌ ଯାଇ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଘରେ ପହଞ୍ଚି ଥିଲେ।

ଆଜି ପୂର୍ବାହ୍ନ ୧୦ଟାରେ କମଲ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସେ ତାଙ୍କ ଜନ୍ମସ୍ଥାନ ରାମନାଥପୁରମ୍‌ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ମଦୁରାଇ ଯିବେ। ସେଠାରେ ସେ ନୂଆ ପାର୍ଟି ସମ୍ପର୍କରେ ଘୋଷଣା କରିବେ।

କମଲଙ୍କ ଏହି କାର୍ଯକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି। ଏହାସହ କେରଳ ମୁଖ୍ୟମନ୍ତ୍ରୀ ପିନୟାରୀ ବିଜୟନ୍‌ ଭିଡିଓ କନଫରେନ୍ସ ଜରିଆରେ ଅଂଶ ଗ୍ରହଣ କରିପାରନ୍ତି।

Previous ArticleNext Article

Send this to a friend