ଗାଈଙ୍କ ପାଇଁ ଆଧାରକାର୍ଡ଼: ସୁପ୍ରିମକୋର୍ଟକୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

modicow-2

ନୂଆଦିଲ୍ଲୀ: ଭାରତ ସରକାରଙ୍କୁ ଗୋ-ସୁରକ୍ଷା ଚିନ୍ତା। ଏଣିକି ମଣିଷ ଭଳି ଗାଈମାନଙ୍କ ପାଇଁ ପରିଚୟପତ୍ର ବାହାର କରିବେ ସରକାର। ଆଧାରକାର୍ଡ଼ ଭଳି ଗାଈମାନଙ୍କର ମଧ୍ୟ ଏକକ ପରିଚୟପତ୍ର ଆସିବ। ବେଆଇନ ଗୋ’ଚାଲାଣକୁ ବନ୍ଦ କରିବା ପାଇଁ ସରକାର ଏଭଳି କିଛି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବିଚାର କରୁଛନ୍ତି।  ଏନେଇ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟକୁ ପ୍ରସ୍ତାବ ଦେଇଛନ୍ତି। ପ୍ରତ୍ୟକ ଗୋରୁଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ (କୋଡ୍‌) ନମ୍ବର ରହିବ। ଏହାକୁ  ଯେକୌଣସି ସମୟରେ ଟ୍ରାକିଂ କରି ଚିହ୍ନଟ କରିହେବ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି। ସେହିପରି ଗାଈମାନଙ୍କ ଯତ୍ନପାଇଁ ପଦେକ୍ଷପ ନିଆଯିବ। ଭାରତ-ବାଂଲାଦେଶ ସୀମାଦେଇ ବେଧଡ଼କ ଗୋ’ଚାଲାଣ ହେଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ପଦେକ୍ଷପ ସହାୟକ  ହେବ ବୋଲି ସରକାର କହିଛନ୍ତି।

ତେବେ ଏହି ପ୍ରସ୍ତାବ ପ୍ରଥମେ ପ୍ରାଣୀ ବିଭାଗ ପକ୍ଷରୁ ସରକାରଙ୍କୁ ଦିଆଯାଇଥିଲା। ପ୍ରସ୍ତାବ ଅନୁଯାୟୀ ଗାଈମାନଙ୍କ କାନରେ ୧୨ଡିଜିଟି ବିଶିଷ୍ଟ ୟୁନିକ କୋଡ ନମ୍ବର ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ସେଟିଂ କରାଯିବ। ଏବିଷୟରେ ସମସ୍ତ ତଥ୍ୟ ଅନ୍‌ଲାଇନରେ ଡାଟାବେଶ୍‌ ହୋଇ ରହିବ। ସେହିପରି ଗାଈମାଲିକମାନଙ୍କୁ  ଆନିମାଲ ହେଲଥ୍‌କାର୍ଡ଼ ମିଳିବ। ଏହି କାର୍ଡ଼ରେ ସବିଶେଷ ତଥ୍ୟ ରହିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଗାଈ ଗୁଡ଼ିକୁ ଟ୍ରାକିଂ କରିବା ସୁବିଧା ହେବ। ଆହୁରୀ ମଧ୍ୟ କୌଣସି ଗାଈର ରୋଗର ଲକ୍ଷଣ ଥିଲେ ସହଜରେ ଚିହ୍ନଟ କରି ଚିକିତ୍ସା କରିହେବ। ଏହା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେବେ।  କାରଣ ଗାଈ ସୁସ୍ଥ ରହିଲେ ଅଧିକ କ୍ଷୀର ଉତ୍ପାଦନ ହୋଇ ପାରିବ। ଏହି କାର୍ଡ଼ ତିଆରି ପାଇଁ ସରକାର ୧୪୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଚିହ୍ନଟ ପ୍ରକ୍ରିୟା ୨୦୧୭ ସୁଦ୍ଧା ସରିବାକୁ ଲକ୍ଷ୍ୟ ରଖାଯାଇଥିବା ସରକାର କହିଛନ୍ତି।

Previous ArticleNext Article

Send this to a friend