ବାବରୀ ପାଇଁ ଅଡ଼ୁଆରେ ଆଡ଼ଭାନୀ; ଚାଲିବ ଅପରାଧିକ ମାମଲା

advani

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଝଟକା। ବାବରୀ ମସଜିଦ ଭଙ୍ଗା ଘଟଣାରେ ତାଙ୍କ ନାଁରେ ଚାଲିବ ଅପରାଧିକ ମାମଲା। ଆଜି ସୁପ୍ରିମକୋର୍ଟ ଦେଇଛନ୍ତି ଏହି ରାୟ।

ଆଡ଼ଭାନୀଙ୍କ ସମେତ ୧୩ ଜଣ ନେତାଙ୍କ ନାଁରେ ଚାଲିବ ଅପରାଧିକ ଷଡ଼ଯନ୍ତ୍ର ମାମଲା। ଏହି ନେତାଙ୍କ ମଧ୍ୟରେ ଅଛନ୍ତି ମୁରଲୀ ମନୋହର ଯୋଶୀ, କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ। ତେବେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଉପରେ ଅପରାଧିକ ମାମଲା ଚାଲିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ସେ ରାଜସ୍ଥାନର ରାଜ୍ୟପାଳ ଥିବାରୁ ଓ ଏହା ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ତାଙ୍କ ନାଁରେ ମାମଲା ଚାଲିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସିବିଆଇର ଏକ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ବିଚାରପତି ପି.ସି ଘୋଷ ଓ ଆର୍‌ଏଫ୍‌ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ଏହା ସହ ଉତ୍ତର ପ୍ରଦେଶର ରାୟବରେଲି ଓ ଲକ୍ଷ୍ନୌରେ ଚାଲିଥିବା ମାମଲାର ଶୁଣାଣି ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend