ରାଜ୍ୟଗୋଷ୍ଠୀ କ୍ରୀଡାର ସଫଳତା ପରେ ଟାର୍ଗେଟ୍ ଅଲିମ୍ପିକ: ଖେଳାଳି ଚୟନ କରାଯାଇ ଦିଆଯିବ ପ୍ରୋତ୍ସାହନ

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସଫଳତା ପରେ ଏବେ ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ ଉପରେ ଟିମ ଇଣ୍ଡିଆର ନଜର। ଏଥିପାଇଁ ଟାର୍ଗେଟ ଅଲିମ୍ପିକ ପୋଡିୟମ ଯୋଜନାରେ ପୁଣି ଖେଳାଳି ଚୟନ କରାଯାଇ ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଅନେକ ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗୋଲଡକୋଷ୍ଟରେ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ସହ ମୋଟ ୬୬ଟି ପଦକ ପାଇ ଭାରତ ତୃତୀୟ ସ୍ଥାନରେ ରହିଥିଲା।  ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଏହାଥିଲା ଭାରତର ୩ୟ ଶ୍ରେଷ୍ଠ ପ୍ରଦର୍ଶନ।

Previous ArticleNext Article

Send this to a friend