ବିଦେଶ ମାଟିରେ ଗଡିଲା ଭାରତୀୟ କ୍ୟାବ୍‌ ସର୍ଭିସ୍‌ ଯୋଗାଣକାରୀ ସଂସ୍ଥାର ଗାଡି

ନୂଆଦିଲ୍ଲୀ: OLA Cab ଏବେ ଖାଲି ଭାରତରେ ନୁହେଁ ଭାରତ ବାହାରେ ବି ଗଡ଼ିବ । ଅଷ୍ଟ୍ରେଲିଆରେ ଏବେ ପୂର୍ଣ୍ଣଭାବେ OLA ପାଦ ଥାପିଥିବା କହିଛନ୍ତି ଏହାର ଜଣେ ବରିଷ୍ଠ ଅଧିକାରୀ । ଗତମାସରେ ପରୀକ୍ଷାମୂଳକ ଭାବ ଅଷ୍ଟ୍ରେଲିଆର ପର୍ଥ ଅଞ୍ଚଳରେ ଏହି ସେବା ଆରମ୍ଭ କରାଯାଇଥିବା ବେଳେ ସୋମବାର ସିଡ୍‌ନୀରେ ସେବା ଆରମ୍ଭ କରିଛି OLA ।

ପ୍ରଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଞ୍ଚଳର ଏକ ଟିମ୍‌ ସହ ବୁଝାମଣା କରି ଗାଡି ଚଳାଚଳ ଆରମ୍ଭ ହୋଇଛି। ଉଭୟ ଗୋଷ୍ଠୀର ସହମତି ଭିତ୍ତିରେ OLA ସେବା ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଭାରତ ଭଳି ଏହା ବିଦେଶରେ ମଧ୍ୟ ଲୋକାଦ୍ରୁତ ହେବା ବୋଲି ଆଶା ରଖିଛନ୍ତି ଏହାର କର୍ମକର୍ତ୍ତା।

ଅଷ୍ଟ୍ରେଲିଆରେ ୨୦୧୨ ମସିହାରୁ UBER ସବା ଯୋଗାଇ ଆସୁଛି। ଦେଶର ସିଡ୍‌ନୀ, ମେଲବର୍ଣ୍ଣ, ବ୍ରିସ୍‌ବେନ୍‌ ଭଳି ୧୯ଟି ସହରରେ UBER କାର୍ଯ୍ୟ କରୁଥିବା ବେଳେ ଏହାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବ ଉଭା ହୋଇଛି OLA। ଏଣୁ ଅଗାମୀ ଦିନରେ ଏହି କ୍ୟାବ୍‌ ସର୍ଭିସ୍‌ ଯୋଗାଣକାରୀ ସଂସ୍ଥା ତାର ଡ୍ରାଇଭାମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ସହ ନୂଆ ଟେକ୍ନୋଲଜି ସହ ତାଳ ମିଳେଇ କାମ କରିବାକୁ ପ୍ରୋତ୍ସାହିତ କରିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ୨୦୧୦ରେ ଭାରତର ବିତ୍ତୀୟ ରାଜଧାନୀ ମୁମ୍ୱାଇରେ ଟ୍ରାଫିକ୍‌ ସମସ୍ୟାକୁ ଆଖିଆଗରେ ରଖି ଏହି କ୍ୟାବ୍‌ ସର୍ଭିସ୍‌(OLA) ଆରମ୍ଭ କରାଯାଇଥିଲା। ଭାବେଷ ଅଗ୍ରୱାଲ ଓ ଅଙ୍କିତ ଭଟ୍ଟି ନାମକ ଦୁଇ ବନ୍ଧୁ ପରୀକ୍ଷାମୂଳକ ଭାବ ଏଠାରେ ଏହି ଅତ୍ୟାଧୁନିକ ଟାକ୍ସି ସେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଦେଶର ୧୦୦ଟି ସହରରେ ସେବା ଯୋଗାଉଛି।

Previous ArticleNext Article

Send this to a friend