ମୋଦି ପରେ ମେଗା ସ୍କାମ୍‌ରେ ରୋଟୋମ୍ୟାକ୍ ପେନ୍‌ କମ୍ପାନୀ ମାଲିକ

padman

ନୂଆଦିଲ୍ଲୀ: ଆଉ ଏକ ବ୍ୟାଙ୍କ ଠକେଇ।  ଆଉ ଜଣେ ନିରବ ମୋଦି। ନିରବ ମୋଦିଙ୍କ ମହାଠକେଇର ଗୁମର ଧୀରେ ଧୀରେ ଖୋଲୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ମହାଦୁର୍ନୀତି। ରୋଟୋମାକ୍ ପେନ୍ କମ୍ପାନି ମାଲିକ ବିକ୍ରମ କୋଠାରୀଙ୍କ ବିରୋଧରେ ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଛି। ବିକ୍ରମ କୋଠାରି ବିଭିନ୍ନ ବ୍ୟାଙ୍କରୁ ୮୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ଏଥିରେ ଆଲହାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରମୁଖ ସାମିଲ ଅଛି।

କୋଠାରୀ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୪୮୫ କୋଟି ଟଙ୍କା ଓ ଆଲହାବାଦ ବ୍ୟାଙ୍କରୁ ୩୫୨ କୋଟି ଟଙ୍କା ଋଣ ନେଇଥିଲେ, ଯାହାକୁ ସେ ବ୍ୟାଙ୍କକୁ ଶୁଝି ନାହାନ୍ତି। ଯାହାକୁ ନେଇ ସିବିଆଇ ତନାଘନା ଆରମ୍ଭ କରିଛି। କୋଠାରୀଙ୍କ ଉତ୍ତରପ୍ରଦେଶ କାନପୁର ଘର ସମେତ ୩ଟି ସ୍ଥାନରେ ସିବିଆଇ ଏକକାଳୀନ ଚଢ଼ଉ କରିଛି। କୋଠାରୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପୁଅକୁ ମଧ୍ୟ ସିବିଆଇ ପଚରାଉଚରା କରୁଛି। କୋଠାରୀଙ୍କ ବିରୋଧରେ ବ୍ୟାଙ୍କ୍ ଅଫ୍ ବରୋଦା ଠକେଇ ଅଭିଯୋଗ ଆଣି ମାମଲା ଦାଏର କରିଛି । ଗଣମାଧ୍ୟମ ଖବର ଅନୁଯାୟୀ କୋଠାରୀ ବିଦେଶକୁ ଲୁଚି ପଳାଇଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଗତ ରବିବାର ଦିନ କାନପୁରରେ ଏକ ରିସେପ୍ସନରେ ତାଙ୍କୁ ଦେଖାଯାଇଥିଲା। ଯେଉଁଥିରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଡେପୁଟି ସିଏମ୍ ଓ ବିହାରର ଡେପୁଟି ସିଏମ୍ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ କୋଠାରି ଯୋଗି ଆଦିତ୍ୟନାଥଙ୍କ ଆସିବା ପୂର୍ବରୁ ହିଁ ସେଠାରୁ ପଳାଇଥିଲେ।

Previous ArticleNext Article

Send this to a friend