ମହିଳାଙ୍କ ଦାଢ଼ି ଥିବାରୁ ସ୍ୱାମୀ କରିଥିଲେ ଛାଡ଼ପତ୍ର ଆବେଦନ: କୋର୍ଟ କହିଲେ…

nikah

ଗାନ୍ଧୀନଗର: ଅହମଦାବାଦର ଫ୍ୟାମିଲି କୋର୍ଟ ଜଣେ ବ୍ୟକ୍ତିଙ୍କର ଛାଡ଼ପତ୍ର ଆବେଦନକୁ ଖାରଜ କରି ଦେଇଛନ୍ତି। ସେ ନିଜ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଯେଉଁ କାରଣ ଦର୍ଶାଇ ଥିଲେ କୋର୍ଟ ତାକୁ ଗ୍ରହଣ କରିନାହାଁନ୍ତି। ବ୍ୟକ୍ତି ଜଣଙ୍କ ଦର୍ଶାଇ ଥିବା କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
nikahମୁହଁରେ ଦାଢ଼ି
ମହିଳାଙ୍କ ମୁହଁରେ ଉଠିଥିବା କେଶ ଓ କଣ୍ଠ ସ୍ୱର ପାଇଁ ସେ ଛାଡ଼ପତ୍ର ଆବେଦନ କରିଥିଲେ। ମହିଳାଙ୍କ ମୁଁହରେ ଦାଢ଼ି ଥିବା ଓ ତାଙ୍କର କଣ୍ଠ ସ୍ୱର ପୁରୁଷଙ୍କ ଭଳି ବୋଲି ହୋଇଥିବା ସେ କହିବା ସହ ବିବାହ ପୂର୍ବରୁ ମହିଳାଙ୍କ ପରିବାର ଲୋକ ଏକଥା ଲୁଚାଇ ଥିବା ଦର୍ଶାଇ ଥିଲେ। ସେ ନିଜ ଆବେଦନରେ ଦର୍ଶାଇଥିଲେ, ବିବାହ ପୂର୍ବରୁ ଯେତେବେଳେ ମହିଳାଙ୍କୁ ଦେଖା କରିବାକୁ ଯାଇଥିଲେ, ସେ ବୁର୍ଖା ପିନ୍ଧିଥିଲେ। ସେତେବେଳେ ସେ ତାଙ୍କ ଚେହେରା ଦେଖାଇ ନଥିଲେ।
ମହିଳା କହିଲେ ଏମିତି
ମହିଳା ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ, ହରମୋନ୍‌ ସମ୍ବନ୍ଧୀୟ କାରଣ ଯୋଗୁଁ ତାଙ୍କ ଚେହେରାରେ କେଶ ହୋଇଯାଇଛି। ଯାହା କି ହଟାଯାଇ ପାରିବ। ଏହାସହ ଅଭିଯୋଗକୁ ନେଇ କହିଥିଲେ- ତାଙ୍କ ସ୍ୱାମୀ ଛାଡପତ୍ର ନେବା ପାଇଁ ଭୁଲ୍‌ କାରଣ ଦର୍ଶାଉଛନ୍ତି। ସେ ତାଙ୍କୁ ଘରୁ ବାହାର କରିଦେବାକୁ ଚାହୁଁଛନ୍ତି। ମହିଳାଙ୍କ ଓକିଲ କହିଥିଲେ, ମହିଳାଙ୍କଠାରୁ ଅଲଗା ହେବା ପାଇଁ ଏହା ଏକ ଆଧାରହୀନ ଅଭିଯୋଗ। ଏହାସହ ମହିଳା ଜଣକ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ବାପ ଘରୁ ଯୌତୁକ ଆଣିବାକୁ ଦାବି କରିବା ସହ ମାଡ଼ ମାରୁଥିଲେ।
nikahକୋର୍ଟ ଦେଲେ ଏମିତି ରାୟ
ଦୁଇ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଏହି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏମିତି ଘଟଣା ଆଧାରରରରେ ଛାଡ଼ପତ୍ର ମଞ୍ଜୁର କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ।

Previous ArticleNext Article

Send this to a friend