ଏଡ୍‌ସ : ସବୁ ଜାଣି ବେଶୀ ଭୁଲ କରୁଛି ପୁରୁଷ

candom

ନୂଆଦିଲ୍ଲୀ: ପ୍ରାଣଘାତୀ ଏଡସ୍। ନା ଶୁଣିଲେ ଛାତିରେ ଛନକା ପଶିଯାଏ। ଅବଶ୍ୟ  ଆଜିକାଲି ଲୋକେ ସଚେତନ ହେଲେଣି । ଏପରିକି ମହିଳାଙ୍କ ଠାରୁ ସବୁଠୁ ବେଶୀ ସଚେତନ ପୁରୁଷ। କିନ୍ତୁ ସେହି ପୁରୁଷ ହିଁ ଅଧିକ ଆକ୍ରାନ୍ତ।ମହିଳାଙ୍କ ଅପେକ୍ଷା ଯଥେଷ୍ଟ ଅଧିକ।  ଏମିତି ତଥ୍ୟ ଏକ ସର୍ଭେରୁ ଜଣାପଡ଼ିଛି।  କେନ୍ଦ୍ର ସାଶିତ ସମେତ ୩୫ଟି ରାଜ୍ୟରୁ ୩୧ ଟିରେ ଏହି ସର୍ଭେ କରାଯାଇଥିଲା।  ଜାତୀୟ ପରିବାର ସ୍ୱାସ୍ଥ୍ୟ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଦେଶରେ ୨.୧ ନିୟୁତ ଲୋକ ଏଡସ୍‌ ଭଳି ଘାତକ ରୋଗରେ ଆକ୍ରାନ୍ତ  ହୋଇଛନ୍ତି। ଆଉ ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ   ହେଉଛନ୍ତି ପୁରଷ। ।  ଅର୍ଥାତ ୧.୨୬ ନିୟୁତ ପୁରୁଷ ଏଡସ୍‌ରେ ଆକ୍ରାନ୍ତ ହୋଇଛନ୍ତି।

୨୦୧୫-୧୬ରେ ଏହି ସର୍ଭେ କରାଯାଇଥିଲା।  ସେକ୍ସ ସମୟରେ କଣ୍ଡମ ବ୍ୟବହାର ନେଇ କେତେ ଲୋକଙ୍କ ଧାରଣା ରହିଛି ସେ ବିଷୟରେ ଅନୁଧ୍ୟାନ କରାଯାଇଥିଲା।  ୨୧ ପ୍ରତିଶତ ମହିଳା ଏବଂ ୩୨ ପ୍ରତିଶତ ପୁରୁଷ କଣ୍ଡମ ବିଷୟରେ ଜାଣିଥିବା ଜଣାପଡ଼ିଥିଲା।

କେବଳ ତାମିଲନାଡ଼ୁ , ଦିଲ୍ଲୀ, ପଣ୍ଡିଚେରୀ ଏବଂ ଡାମନଡିଓର ମହିଳାମାନ  ଏଡସ୍ ପ୍ରତି ଅଧିକ ସତର୍କ ଥିବା ସର୍ଭେରୁ ଜଣାପଡ଼ିଛି।  ଆଉ ବାକି ରାଜ୍ୟରେ ଏକ୍ଷତ୍ରରେ ପୁରୁଷ ମାନେ  ଆଗରେ ଅଛନ୍ତି।  ପଞ୍ଜାବର ସର୍ବାଧିକ ୪୯ ପ୍ରତିଶତ ମହିଳା ଏଡସ୍ ବିଷୟରେ ଅବଗତ ଅଛନ୍ତି। ଅନ୍ୟରାଜ୍ୟ ଠାରୁ ପଞ୍ଜାବର ମହିଳାମାନେ ଅଧିକ ସଚେତନ । ସର୍ବନିମ୍ନ  ରହିଛି ଦାଦ୍ରା ଏବଂ ନଗର ହାବେଲିରେ।

ଏଠାରେ ମାତ୍ର ୯.୩ ଏବଂ  ଆଶାମରେ ୯. ୪ ପ୍ରତିଶତ ମହିଳା ସଚେତନ। ଜାତୀୟ ଏଡସ୍‌ ନିୟନ୍ତ୍ରଣ ସଂଘର ରିପୋର୍ଟ ଅନୁଯାୟୀ ୦.୨୬ ପ୍ରତିଶତ ଯୁବକ, ୦.୩୦ ପ୍ରତିଶତ ବୟସ୍କ ଏବଂ  ୦.୨୨ ପ୍ରତିଶତ ମହିଳା ଏଡ୍‌ସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି।  ଆନ୍ଧ୍ରପ୍ରଦେଶରେ ସବୁଠୁ ବେଶୀ ଲୋକ ଏଡସ୍‌ କବଳିତ।

Previous ArticleNext Article

Send this to a friend