ଦିଲ୍ଲୀ ଏମ୍ସରେ ଅଚଳାବସ୍ଥା: ଧାରଣାକୁ ଓହ୍ଲାଇଲେ ରେସିଡେଣ୍ଟ ଡାକ୍ତର

ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଅଚଳାବସ୍ଥା। ଅନିଦ୍ଦିଷ୍ଟ କାଳ ଯାଏ ଧାରଣାକୁ ଓହ୍ଲାଇଛନ୍ତି ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ। ସିନିଅର୍ ଡାକ୍ତରଙ୍କ ଦୁର୍ବବ୍ୟହାର ଅଭିଯୋଗରେ ଡାକ୍ତର ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ବହୁ ସଂଖ୍ୟାରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ ପରିମାଣରେ ଲୋକେ ଏମ୍ସ ଆସି ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି। ଗତ ବୁଧବାର ଦିନ କୌଣସି କାରଣରୁ ଜଣେ ସିନିଅର ଡାକ୍ତରଙ୍କ ସହ ଜଣେ ରେସିଡେଣ୍ଡ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଘଟଣା ପରେ ସିନିଅର୍ ଡାକ୍ତର ଜଣକ କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ ଜାରି ରଖିଛି ରେସିଡେଣ୍ଟ ଡାକ୍ତର ସଂଘ।

Previous ArticleNext Article

Send this to a friend