ରିଲାଏନ୍ସ ଜିଓକୁ ଚକ୍‌ମା ଦେଲା ଏୟାରଟେଲ: ଡିଟିଏଚ ଟିଭି ଆସିବା ପୂର୍ବରୁ ଆସିଲା ଇଣ୍ଟରନେଟ ଟିଭି

airtel_tv

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଚକ୍‌ମା ଦେଲା ଏୟାରଟେଲ। ଜିଓର ଡିଟିଏଚ ସେବା ଆସିବା ପୂର୍ବରୁ ଏୟାରଟେଲ ଆଣିଛି ଇଣ୍ଟରନେଟ ଟିଭି। ଏହି ଇଣ୍ଟରନେଟ ଟିଭି ଆଣ୍ଡ୍ରୁଆଡ ମୋବାଇଲଠାରୁ ଆରମ୍ଭ କରି ହାଇ ଟେକ୍ନୋଲୋଜି ଡିଟିଏଚ ସେଟ୍‌ଅପ୍‌ ବକ୍ସରେ ଚାଲିପାରିବ। ଏମିତି ସେବା ଭାରତର ପ୍ରଥମ ଥର ପାଇଁ ଏୟାରଟେଲ ଆଣିଦେଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Reliance-Jio-DTHଏହି ଇଣ୍ଟରନେଟ ଟିଭିର ଖାସିୟତ ହେଉଛି ଟିଭି ଯାହା ବି ହେଉନା କାହିଁକି ପିକ୍ଚର କ୍ୱାଲିଟି ଏଚଡି ଆସିବ। ଆଜିଠାରୁ ଏହାର ନୂଆ ସେଟ୍‌ଅପ୍‌ ବକ୍ସ ବିକ୍ରି ଆରମ୍ଭ ହୋଇଯାଇଛି।

ସୂଚନା ଅନୁଯାୟୀ, କିଛିଦିନ ତଳେ ଡିଟିଏଚ ଟିଭି ଲଞ୍ଚ ପାଇଁ ଜିଓ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ତା’ ପୂର୍ବରୁ ଜିଓକୁ ଚକ୍‌ମା ଦେଖାଇ ଇଣ୍ଟରନେଟ ଟିଭି ଲଞ୍ଚ କରିଛି ଏୟାରଟେଲ। କମ୍ପାନୀର ସିଇଓ ସୁନିଲ ତଲଦାରଙ୍କ କହିବା ଅନୁଯାୟୀ ଏହି ଇଣ୍ଟରନେଟ ଟିଭିରେ ୫୦୦ରୁ ଊର୍ଦ୍ଧ୍ୱ ଚେନାଲ ଦର୍ଶକ ଦେଖିପାରିବେ । ଏଥିସହ ସାଟେଲାଇଟ୍‌ ଜରିଆରେ ୟୁଟ୍ୟୁବ୍ ଓ ଗୁଗୁଲ ଉପଲବ୍ଧ ହୋଇପାରିବ। ୩ ମାସ ପାଇଁ ଏହାର ସବକ୍ରିପ୍ସନ ୪,୯୯୯ ଟଙ୍କା ଥିବା ବେଳେ ୭୯୯୯ ଟଙ୍କାରେ ବର୍ଷ ତମାମ ଫ୍ରି ରହିଛି।

Previous ArticleNext Article