ଏୟାରଟେଲ୍‌ର ନୂଆ ଅଫର ୯୩ ଟଙ୍କାରେ 1GB

jio vs airtel

ନୂଆଦିଲ୍ଲୀ: ନୂଆ ବର୍ଷ ପାଇଁ ଟେଲିକମ କମ୍ପାନୀଗୁଡ଼ିକ ବିଭିନ୍ନ ଅଫର ଘୋଷଣା କରୁଛନ୍ତି ଏଥିପାଇଁ ଏୟାରଟେଲ୍‌ କମ୍ପାନୀ ତାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଅଫର୍‌ ନେଇଆସିଛି। ମାତ୍ର ୯୩ ଟଙ୍କାରେ ରିଚାର୍ଜ କଲେ ଅନ୍‌ଲିମିଟେଡ୍‌ କଲ ସହ ଡାଟାର ସୁବିଧା ମଧ୍ୟ ଦେଉଛି।

ଟେଲିକମ୍‌ ବଜାରରେ ଜିଓକୁ କଡ଼ା  ଟକ୍କର ଦେଇ ଆସୁଥିବା ଏୟାରଟେଲ୍‌ କମ୍ପାନୀ ଜିଓର ୯୮ ଟଙ୍କିଆ ପ୍ୟାକେଜ୍‌କୁ ଟକ୍କର ଦେବାକୁ ଏହି ନୂଆ ଅଫର ଘୋଷଣା କରିଛି। ଏଥିରେ ରୋମିଂ ଫ୍ରି ସହିତ ଅନ୍‌ଲିମିଟେଡ୍‌ ଲୋକାଲ୍‌ ଏବଂ ଏସ୍‌ଟିଡି କଲ୍‌ର ସୁବିଧା ରହିଛି। ଏଥିସହିତ ପ୍ରତିଦନି ୧୦୦ଟି ମାଗଣା ଏସ୍‌ଏମ୍‌ଏସ୍‌ ଓ ୧ଜିବି 3G\ 4G ଡାଟାର ସୁବିଧା ମଧ୍ୟ ଦେଉଛି।  ଏୟାରଟେଲ୍‌ର ଏହି ଅଫର ବୈଦ୍ଧତା୧୦ ଦିନ ପର୍ଯ୍ୟନ୍ତ ରହିଛି।

ଜିଓର ୯୮ ଟଙ୍କିଆ ପ୍ୟାକ୍‌ରେ ମଧ୍ୟ ଅନଲିମିଟେଡ୍‌ ଲୋକାଲ୍‌ ଓ ଏସ୍‌ଟିଡି କଲ ସହିତ ରୋମିଂ ଫ୍ରି ରହିଛି। ଏଥିସହିତ ୧୪୦ଟି  ମାଗଣା ଏସ୍‌ମେସ୍‌ର ସୁବିଧା ମଧ୍ୟ ରହିଛି। ଜିଓ ଏହି ଅଫରରେ ୨.୧ ଜିବି ଡାଟା ଦେଉଥିବା ବେଳେ ଏହାର ସମୟ ଅବଧି ୧୪ ଦିନ ପର୍ଯ୍ୟନ୍ତ ରହିଛି।

Previous ArticleNext Article

Send this to a friend