ଆକବର ରୋଡ୍‌ର ନାଁ ବଦଳିବନି: ଭେଙ୍କେୟା

naidu_

ନୂଆଦିଲ୍ଲୀ: ଦିଲ୍ଲୀର ଆକବର ରୋଡ୍ ନାମ ବଦଳାଇବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ କହିଛନ୍ତି, “ମୋଦି ସରକାର ଆକବର ରୋଡର ନାମ ବଦଳାଇବେ ନାହିଁ। ଏଥିପାଇଁ କୌଣସି ପ୍ରସ୍ତାବ ନାହିଁ।”

ନାଇଡୁ କହିଛନ୍ତି,“କେନ୍ଦ୍ର ସରକାର ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ରୋଡ୍‌ର ନାମ ମହାରଣାଙ୍କ ନାଁରେ ରଖିବେ,କିନ୍ତୁ ଆକବର ରୋଡ୍‌ର ନାମ ବଦଳାଇବା ନେଇ କୌଣସି ପ୍ରସ୍ତାବ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀରେ ରୋଡର ନାମ ବଦଳାଇବା ଆମର ପ୍ରାଥମିକତା ନୁହେଁ। ମହାରାଣା ପ୍ରତାପ ଆମ ଦେଶର ବାହଦୂର ପୁଅ ଥିଲେ। ତାଙ୍କରି ସାହସକିତା ବିଷୟରେ ଦେଶର ଲୋକ ଜାଣିବା ଦରକାର।”

ସେ କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ବି.କେ ସିଂହ ଆକବର ରୋଡ୍‌ର ନାମ ବଦଳାଇ  ମହାରାଣା ପ୍ରତାପ ରୋଡ୍‌ ରଖିବା ପାଇଁ  କହିଥିଲେ।”

Previous ArticleNext Article

Send this to a friend