ମନ୍ଦିରରେ ନମାଜ ମୁଦ୍ରାରେ ଅଖିଳେଶ; କ’ଣ ହେଲା ତା’ପରେ?

akhilesh1

ଲକ୍ଷ୍ନୌ: ଗତକାଲି ବନାରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ରାହୁଲ ଗାନ୍ଧୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ରୋଡ୍‌ସୋ କରିଥିଲେ। ରୋଡ୍‌ସୋ ପରେ ପ୍ରଧାନମନ୍ତ୍ରୀ କାଶୀର ବିଶ୍ୱନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ।  ମୋଦିଙ୍କ ବ୍ୟତୀତ ଅଖିଳେଶ ଯାଦବ ମଧ୍ୟ ବାବା କାଶୀନାଥଙ୍କ ଦର୍ଶନ କରିଥିଲେ। କିନ୍ତୁ ବାବାଙ୍କ ଦର୍ଶନ ବେଳେ ଅଖିଳେଶ କିଛି ଏମିତି ଆଚରଣ କଲେ ଯାହାକୁ ନେଇ ସେ ସମାଲୋଚକଙ୍କ ଟାର୍ଗେଟ୍‌କୁ ଆସିଗଲେ। ବାବା ବିଶ୍ୱନାଥଙ୍କ ପୂଜାର୍ଚ୍ଚନା ବେଳେ ସେ ଯେଉଁ ଢଙ୍ଗରେ ବସିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଯେ ସେ ନମାଜ ପଢ଼ିବା ଢଙ୍ଗରେ ବସିଥିଲେ। ଏହା ଦେଖି ପୂଜାରୀ ରାଗି ଯାଇଥିଲେ ଓ ଢଙ୍ଗରେ ବସିବାକୁ କହିଥିଲେ। ଏହାପରେ ଠିକ୍‌ରେ ବସିଲେ ଅଖିଳେଶ।

Previous ArticleNext Article

Send this to a friend