ଆକ୍ସନ ମୁଡରେ ରାଜନାଥ, ମାଓବାଦୀଙ୍କୁ ସଫା କରିବ ‘ଅଲ ଆଉଟ’

naxal-sukma

ନୂଆଦିଲ୍ଲୀ: ସୁକ୍‌ମା ମାଓ ଆକ୍ରମଣ ପରେ ଏବେ ଆକ୍ସନ ମୁଡ୍‌ରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ମାଓବାଦୀଙ୍କୁ କଡ଼ା ଜବାବ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମାଓବାଦୀ ଦମନ ପାଇଁ ଅପରେସନ ଅଲ ଆଉଟ୍‌ ଅଭିଯାନ ଆରମ୍ଭ କରିବାକୁ ରାଜନାଥ ସିଆରପିଏଫକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ  ଏହାର ରେଜଲ୍ଟ ମୁଁ ଦୁଇମାସ ଭିତରେ ଦେଖିବାକୁ ଚାହେଁ ବୋଲି କହିଛନ୍ତି।   ସୋମବାର ସୁକ୍‌ମାରେ ମାଓ ଆକ୍ରମଣରେ ୨୫ ଜଣ ଯବାନ ପ୍ରାଣ ହରାଇଥିଲେ।

ମାଓବାଦୀଙ୍କ ଏହି ବର୍ବରକାଣ୍ଡ ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା।  ମଙ୍ଗଳବାର ଏ ସମ୍ପର୍କରେ ସ୍ଥିତି ସମୀକ୍ଷା ପାଇଁ ରାୟପୁର ଯାଇଥିଲେ ରାଜନାଥ। ବୈଠକରେ ସିଆରପିଏଫ ଡିଜି ସୁଦିପ ଲାଖଟାକିଆ ଏବଂ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସହ ଅନ୍ୟ ଅଧିକାରୀମାନ ଉପସ୍ଥିତ ଥିଲେ। ବୈଠକରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ରାଜନାଥ ନିର୍ଦ୍ଦେଶ ଦେଇଥିଲେ। ନକ୍ସଲଙ୍କ ବିରୋଧର ‘ଅଲ ଆଉଟ’ ଅଭିଯାନ ଆରମ୍ଭ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନକ୍ସଲ ଦମନ ରଣନୀତି  ସମ୍ପର୍କରେ ଆସନ୍ତା ମେ’ ୮ରେ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଗୃହମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଓଡ଼ିଶା ସମେତ ୮ଟି ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ।

Previous ArticleNext Article

Send this to a friend