ଅମର ସିଂହଙ୍କ ବିବାଦୀୟ ମନ୍ତବ୍ୟ: ମାୟାବତୀ ହାରିଲେ ଅଖିଳେଶଙ୍କୁ ଜୋତାରେ ପିଟାଯିବ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ସମାଜାବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ। ସେ କହିଛନ୍ତି ଯେ, ଯାହାର ବାପାଙ୍କୁ ମାୟାବତୀ ଜେଲ୍‌ ପଠାଇବାକୁ ଚାହୁଁଥିଲେ, ସମାଜବାଦୀ ପାର୍ଟି ତାଙ୍କ ସହିତ କିପରି ମେଣ୍ଟ କରିପାରିଲା। ସେ ଆହୁରି ମଧ୍ୟ କହିଛନ୍ତି ଯଦି ମାୟାବତୀ ରାଜ୍ୟସଭା ପାଇଁ ହାରିଗଲେ ତେବେ ଅଖିଳେଶ ଯାଦବଙ୍କୁ ଜୋତାରେ ପିଟାଯିବ।

ପ୍ରକାଶ ଥାଉକି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଗୋରଖପୁର ଓ ଫୁଲପୁର ଲୋକସଭା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟିକୁ ସମର୍ଥନ କରିଛି। ବିଜେପିର ବିଜୟଧାରାକୁ ଅଟକାଇବା ପାଇଁ ମାୟବତୀ ଏହି ମେଣ୍ଟ କରିଥିବା କୁହାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବପ୍ରସାଦ ମୌର୍ୟ୍ୟଙ୍କ ସିଟ୍‌ ଛାଡ଼ିବା ପରେ ଏହି ଦୁଇଟି ସିଟ୍‌ ଖାଲି ପଡ଼ିଛି।

Previous ArticleNext Article

Send this to a friend